
ବିଞ୍ଝାରପୁର(ଗୋପାଳ ସୁତାର): ଶ୍ରମିକ,କୃଷକ -କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ କରିବା, ସରକାରୀ ସମ୍ପତ୍ତିକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେବା, ସମସ୍ତ ସରକାରୀ ସଂସ୍ଥାକୁ ଘରୋଇକରଣ କରିବା, ପ୍ରତ୍ୟେକ କ୍ଷେତ୍ରରେ ବିଦେଶୀ ପୁଞ୍ଜିର ପ୍ରବେଶକୁ ଅନୁମତି ଦେବା, ଶ୍ରମ ଦିବସକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବା, କୃଷକ ବିରୋଧୀ ନୀତିରେ ଆମେରିକା ସହ ଚୁକ୍ତି କରିବା ସହ ଅନ୍ୟାନ୍ୟ ଦାବିରେ ୧୦ଟି କେନ୍ଦ୍ରିୟ ଟ୍ରେଡ୍ ୟୁନିୟନ ଓ କର୍ମଚାରୀ ଫେଡେରେସନ ସମୂହଙ୍କ ମିଳିତ ଆହ୍ୱାନରେ ଦେଶ ବ୍ୟାପୀ ଆଜିର ସାଧାରଣ ଧର୍ମଘଟକୁ ଏସ୍.ୟୁ.ସି.ଆଈ. କମ୍ୟୁନିଷ୍ଟ ପୂର୍ଣ୍ଣ ସମର୍ଥନ କରିଛି ।
ଏହି ପରିପ୍ରେକ୍ଷୀରେ ପାର୍ଟିର ଜରୀ,ସିଂହପୁର ଆଞ୍ଚଳିକ କମିଟି ପକ୍ଷରୁ ବ୍ରହ୍ମାନନ୍ଦମଲ୍ଲିକଙ୍କ ନେତୃତ୍ୱରେ ସିଂହପୁରରେ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିବା ସହିତ ସିଂହପୁରକୁ ପ୍ରବେଶ କରିବାର ମୁଖ୍ୟ ରାସ୍ତାକୁ ଅବରୋଧ କରି ଏକ ପଥପ୍ରାନ୍ତସଭା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କମ୍ରେଡ ହୃଦାନନ୍ଦ ମଲିକ, ଦୁର୍ଯ୍ୟୋଧନ ବେହେରା, ଜୟରାମ ମଲିକ, କାମଦେବ ମଲିକ, ସୁରେନ୍ଦ୍ର ଜେନା, କାଳନ୍ଦୀ ଚରଣ ମଲିକ, ଧର୍ମାନନ୍ଦ ମଲିକ, ଖୁଦିରାମ ମଲିକ ଅଙ୍ଗଦ ମଲିକ, ସୁଶାନ୍ତ ମଲିକ ମନ୍ମଥ ମଲିକ, ବୀର ଭଦ୍ର ମଲିକ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାପାଳନ କରିଥିଲେ। ଉକ୍ତ ସଭାରେ କମ୍ରେଡ ବ୍ରହ୍ମାନନ୍ଦ ମଲିକ ବକ୍ତବ୍ୟ ରଖି କହିଥିଲେ ଯେ, ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥ ରକ୍ଷାକାରି କେନ୍ଦ୍ର ଓ ରାଜ୍ୟ ବି.ଜେ.ପି. ସରକାର ଗୋଟିଏ ପରେ ଗୋଟିଏ ଜନବିରୋଧୀ ନୀତି ପ୍ରଣୟନ କରିଚାଲିଛନ୍ତି। ଫଳରେ ଆଦାନୀ -ଆମ୍ବାନୀ ଭଳି ଏକଚାଟିଆ ପୁଞ୍ଜିପତିମାନଙ୍କ ପୁଞ୍ଜି ଆକାଶଛୁଆଁ ହେଲାବେଳେ କୋଟି କୋଟି ସାଧାରଣ ଜନତା କାମ ନପାଇ ହାହୁତାଶରେ ଜୀବନ ବିତାଉଛଛି । ସରକାରଙ୍କ ଏହି ପୁଞ୍ଜିପତି ଶ୍ରେଣୀ ତୋଷଣକାରୀ ନୀତି ବିରୁଦ୍ଧରେ ବ୍ୟାପକ ଐକ୍ୟବଦ୍ଧ, ଶକ୍ତିଶାଳୀ, ଗଣତାନ୍ତ୍ରିକ ଗଣ ଆନ୍ଦୋଳନ ଗଢି ତୋଳିବାକୁ ସମସ୍ତଙ୍କୁ ସେ ନିବେଦନ କରିଥିଲେ ।



