ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଙ୍କୁ ଦର୍ଶନ କଲେ ଭାରତର ସ୍ଥଳ ସେନା ମୁଖ୍ୟ

ପୁରୀ(ଜୟକୃଷ୍ଣ ଦାଶ): ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ସେ ନିଜ ପତ୍ନୀ ଙ୍କ ସହ ଆସି ଶ୍ରୀମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିଛନ୍ତି।

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ପ୍ରତୀକ ସିଂ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିବା ପରେ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। ଶ୍ରୀମନ୍ଦିର ରୋଷ ଘର ଦେଖିବା ସହ କୋଇଲି ବୈକୁଣ୍ଠ କୁ ଯାଇ ମହାପ୍ରଭୁ ଙ୍କ ସମାଧି ସ୍ଥାନ ବୁଲି ଦେଖିଥିଲେ। ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ସିଂହ ଦ୍ଵାର ସମ୍ମୁଖ ରେ ଶ୍ରୀ ମନ୍ଦିର ଉପ ମୁଖ୍ୟପ୍ରଶାସକ ତଥା ପୁରୀ ଜିଲାପାଳ, ସେବାୟତ ମାନେ ତାଙ୍କୁ ମହାପ୍ରଭୁ ଙ୍କ ଖଣ୍ଡୁଆ, ବାନା , ମହାପ୍ରସାଦ ଉପହାର ଦେଇଥିଲେ ।

ମହାପ୍ରଭୂ ଙ୍କ ଦର୍ଶନ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।ପୁରୀ ନଗରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛି। ଆଗାମୀ ଦିନରେ ଯେକୌଣସି ପରିସ୍ଥିତି । ଭାରତୀୟ ସେନା ଉପରେ ମହାପ୍ରଭୁ ଙ୍କ ଆଶୀର୍ବାଦ ରହୁ ବୋଲି ମୁଁ ଆଜି ମହାପ୍ରଭୂ ଙ୍କୁ ପ୍ରାର୍ଥନା କଲି।ମହାପ୍ରଭୂ ଙ୍କ କୃପା ରୁ ଭାରତୀୟ ସେନା କୁ ଆଗାମୀ ଦିନରେ ଆସୁଥିବା ଯେ କୌଣସି ଚ୍ୟାଲେଞ୍ଜ ସଫଳ ଭାବେ ମୁକାବିଲା କରିପାରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।

ସେୟାର କରନ୍ତୁ

You May Like

Pin It on Pinterest