ହିନ୍ଦୋଳ,ଏସଟିଏଫ’ର ଅତର୍କିତଚଢ଼ାଉ ଲକ୍ଷାଧିକଟଙ୍କାର ଗଞ୍ଜେଇ ଜବତ…


ହିନ୍ଦୋଳ(ବାସ୍ତବକଥା):-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏସଟିଏଫ ଟିମ ରାତିଅଧରେ ଚଢ଼ାଉକରି ଜବତ କରିଛି ବିପୁଳପରିମାଣରେ ଗଞ୍ଜେଇ।ଖବରରୁ ପ୍ରକାଶ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ ଟିମର ୭ଜଣିଆ ଟିମ ହିନ୍ଦୋଳଥାନା କଂସରା ପଂଚାୟତ ଆମ୍ବିଠି ଗ୍ରାମ ନିକଟ ବନଦୁର୍ଗା ମନ୍ଦିର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉକରି ଏକ ଗାଡ଼ିରୁ ୧. ୫୩କ୍ୱିଣ୍ଟାଲ ଗଂଜେଇ ଜବତ କରିଥିବାବେଳେ ଚେପଟିଗାଡ଼ିଆ ଅଞ୍ଚଳର ସନାତନ ନାୟକଙ୍କ ପୁଅ ଲିପୁ ନାୟକକୁ ଗିରଫ କରିଥିବାବେଳେ ୨ଜଣ ଫେରାର ହୋଇଯାଇଥିଲେ।

ଏହି ଟିମରେ ଦୁଇଜଣ ଇନିସ୍ପେଟର ୭ଜଣ ସାମିଲ ଥିବାବେଳେ ମାଜିଷ୍ଟ୍ରେଟ ଭାବରେ ହିନ୍ଦୋଳ ତହସିଲଦାର ସାମିଲ ହୋଇଥିଲେ ଏବଂ ଦୁଇଜଣ ସରକାରୀ କର୍ମଚାରୀ ସାକ୍ଷୀ ଭାବରେ ରହିଥିଲେ। ଏବାବଦରେ ହିନ୍ଦୋଳ ଥାନା କେଶନଂ ୯/୨୬ରେ ମାମଲା ରୁଜ୍ଜୁ ହୋଇଥିବାବେଳେ ଏହି ଗଞ୍ଜେଇ ରାକେଟର ଚେର ଖୋଜୁଛି ଏସଟିଏଫ ଟିମ। ତେବେ ହିନ୍ଦୋଳ ଅଞ୍ଚଳରେ ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ପ୍ରଥମ ଘଟଣା ହୋଇଥିବା ବେଳେ ହିନ୍ଦୋଳ ଅବକାରୀ ବିଭାଗର ପରିବାରପଣିଆ ଉପରେ ଉଠିଛି ପ୍ରଶ୍ନ।

ସେୟାର କରନ୍ତୁ

Next Post

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର...

Sun Apr 26 , 2026
ବରଗଡ(ବାସ୍ତବ କଥା)୨୬.୦୪.୨୦୨୬ ଆଜିସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା” ଶୀର୍ଷକ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜନ ହୋଇଯାଇଅଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୌଜନ୍ୟରେ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ବ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି […]

You May Like

Pin It on Pinterest