କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ

ବରଗଡ(ବାସ୍ତବ କଥା): ଆଜି ଅତାବିରା ଠାରେ ଆମ ଆଦମୀ ପାଟି ଅତାବିରା ତରଫରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ କୁଶପୁତ୍ତଳିକାର ନଗର ପରିକ୍ରମା କରି ବିରୋଧ ପ୍ରଦର୍ଶନ କରାଗଲା।ଏବଂ ବସ୍ ଷ୍ଟାଣ୍ଡ ଛକ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଗଲା।

ଆପଣ ମାନେ ଜାଣୁଥିବେ ବିଜେପି ସରକାର ଭାରତ ରେ ଆସିବା ପରେ କ୍ରମାଗତ ଭାବେ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପରୀକ୍ଷା ର ପ୍ରଶ୍ନପତ୍ର ଲିକ୍ ହୋଇଆସୁଛି।ଏଥିପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀ ଙ୍କ ଭବିଷ୍ୟତ ବର୍ବାଦ ହେଉଛି। ଏହାକୁ ଆମ ଆଦମୀ ପାଟି ତୀବ୍ର ନିନ୍ଦା କରୁଛି ଏବଂ ଭାରତ ର ଯୁବକ ଯୁବତୀ ଙ୍କୁ ଏହି ଶିକ୍ଷା ବିରୋଧୀ ସରକାର କୁ ଶାସନ ରୁ ହଟେଇବାକୁ ଆହ୍ୱାନ କରୁଛି।

ଆଜି ର କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ବିଧାନସଭା ସଭାପତି ଜୟ କ୍ରିଷ୍ଣା ଛୁରିଆ, ଅତାବିରା ବ୍ଲକ୍ ସମ୍ପାଦକ ସୂର୍ଯ୍ୟ ନାରାୟଣ ଭୋଇ, ସୋସିଆଲ ମିଡ଼ିଆ ହେଡ୍ ସୁବଳ କହର, ଅତାବିରା ବ୍ଲକ୍ ଯୁବା ସଭାପତି ଧର୍ମରାଜ ମେହେର, ଗୌତମ ମହାନନ୍ଦ, ଗଜିନ୍ଦ୍ର ବାଗ, ମିଳୁ ନାଗ, ହେମନ୍ତ ମେହେର , ସୁବଳ ପଧାନ ସୁବୋଧ ନାଗ ଇତ୍ୟାଦି ଯୋଗ ଦେଇଥିଲେ।

ସେୟାର କରନ୍ତୁ

Next Post

କେମିତି ବିତିବ ଆଜିଦିନ....

Sat May 16 , 2026
ରାଶିଫଳ, ୧୬ ମଇ ଶନିବାର ମେଷ ରାଶିଆଜି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ଏବଂ ଅଧିକାର ବୃଦ୍ଧି ହେବାର ସଙ୍କେତ ମିଳୁଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ପୂରଣ ହେବ । ପରିବାରରେ ଏକତା ବଜାୟ ରହିବ ଏବଂ ସନ୍ତାନମାନଙ୍କ ସୁଖ ପାଇଁ ନୂତନ ଯାନବାହନ କ୍ରୟର ଯୋଗ ବନୁଛି । ବ୍ୟବସାୟ କ୍ଷେତ୍ରରେ ଲାଭବାନ […]

You May Like

Pin It on Pinterest