
ହିନ୍ଦୋଳ(ବାସ୍ତବକଥା)-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାପୁଆ ଡ୍ୟାମରେ ବୁଡି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।
ଖବରର ତଥା ଅନୁସନ୍ଧାନରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ପଂଚାୟତସ୍ଥିତ ପର୍ଯ୍ୟଟନସ୍ଥଳ ସାପୁଆ ଡ୍ୟାମକୁ ରାସୋଳ ଥାନା ଚିତ୍ତଲପୁର ପଂଚାୟତର ବେଡା ଗ୍ରାମର ଦିଲୀପ ବିଶ୍ୱାଳଙ୍କ ପୁଅ ରାଜେନ୍ଦ୍ର ବିଶ୍ୱାଳ(୧୮)ଙ୍କୁ ଓଡାପଡାବ୍ଲକ ମୋଟଙ୍ଗା ଥାନା(ହିନ୍ଦୋଳରୋଡ଼ ଫାଣ୍ଡି) ଅଧୀନ ଗୋଡିଡ଼ିହି ଗ୍ରାମର ବିଶ୍ୱରଂଜନ ମହାରଣା ଓ ଏକଘରିକିଆ ଗ୍ରାମର ତନ୍ମୟ ବେହେରାଙ୍କ ସହ ମିଶି ଆଜି ଦିନ ୧୧ଟା ବେଳେ ସାପୁଆ ଡ୍ୟାମ୍ ବୁଲିବାକୁ ଯାଇ ଡ଼୍ୟାମ ରେ ଗାଧୋଉ ଥିବାବେଳେ ରାଜେନ୍ଦ୍ର ବୁଡ଼ିଯାଇଥିବା ଦେଖି ଅନ୍ୟ ଦୁଇସାଙ୍ଗ ରାସୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବରପାଇ ଅଗ୍ନିଶମ ବାହିନୀ ରାଜେନ୍ଦ୍ରକୁ ଉଦ୍ଧାର କରି ହିନ୍ଦୋଳ ସଦର ଡାକ୍ତରଖାନା ଆଣିବାରେ ସେଠାର ଡାକ୍ତର ରାଜେନ୍ଦ୍ରକୁ ମୃତ ଘୋଷଣା କରିଥିଲେ। ଖବରପାଇ ରାସୋଳ ପୋଲିସ ଶବକୁ ଜବତ କରି ଅପମୃତ୍ୟୁ ମାମଲା ନଂ-୧୨/୨୦୨୬ରେ ମାମଲା ରୁଜ୍ଜୁକରି ଶବ ବ୍ୟବଚ୍ଛେଦପାଇଁ ପଠାଇ ରାଜେନ୍ଦ୍ରର ଦୁଇ ସାଙ୍ଗକୁ ପଚରାଉଚରା କରୁଛନ୍ତି।
ମୃତକଙ୍କ ପରିବାର ରାଜେନ୍ଦ୍ରର ଦୁଇସାଙ୍ଗ ଉପରେ ସନ୍ଦେହ କରି ଅଭିଯୋଗ କରିଥିଲେ ହେଁ ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଓ ତଦନ୍ତପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।




