କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟରେ ଶିକ୍ଷାଦାନ ଠପ୍…

କେନ୍ଦ୍ରାପଡା(ବାସ୍ତବକଥା):ଶିକ୍ଷା ର ବିକାଶ ଦିଗରେ ବର୍ତ୍ତମାନ ର ସରକାରଙ୍କ ବିଶେଷ ଭୂମିକା ରହିଛି ବୋଲି ଚାରିଆଡ଼େ ପ୍ରଚାର ହେଉଥିଲା ବେଳେ ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ଦେଖାଦେଇଛି। ଏହାର ଅନନ୍ୟ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ଗ୍ରାମ ପଞ୍ଚାୟତ ରେ ଥୂବା ଚିତ୍ରୋତ୍ପଳା ମହିଳା +୨ ମହାବିଦ୍ୟାଳୟ। ଦୀର୍ଘ ଦିନ ଧରି ଏହି ମହାବିଦ୍ୟାଳୟ ରେ ଶିକ୍ଷାଦାନ ବନ୍ଦ ହୋଇଯାଇଥିବା ବେଳେ ଗତ ଦୁଇ ଦିନ ଧରି ସମ୍ପୂର୍ଣ୍ଣ ଶିକ୍ଷାଦାନ ଠପ୍ ହୋଇଯାଇଛି।

ଏହି ମହିଳା ମହାବିଦ୍ୟାଳୟ ରେ କେବଳ ଜଣେ ଅର୍ଥନୀତି ବିଭାଗର ଅଧ୍ୟାପକ ଶିକ୍ଷାଦାନ କରୁଥିବାବେଳେ ଅନ୍ୟ କୈ।ଣସି ବିଷୟର ଅଧ୍ୟାପକ ନାହାନ୍ତି। ଯାହା ଫଳରେ କି ଆଖପାଖ ଅଞ୍ଚଳରୁ ବହୁ ଛାତ୍ରୀମାନେ ଏହି ମହାବିଦ୍ୟାଳୟ ରେ ନାମ ଲେଖାଇଥିଲେ ମଧ୍ୟ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।

ବାସ୍ତବ ରିପୋର୍ଟ ଅନୁଯାୟୀ ଏହି ମହିଳା ମହାବିଦ୍ୟାଳୟ ରେ +୨ ଓ +୩ ରେ ସମୁଦାୟ ୭୫ ଜଣ ଛାତ୍ରୀ ପଢ଼ିବାକୁ ଆସୁଥିଲେ ମଧ୍ୟ ବିନା ଅଧ୍ୟାପକ ରେ କଲେଜରେ ବସି ବସି ଘରକୁ ଫେରୁଛନ୍ତି। ଏହି ଅଭାବନୀୟ ଘଟଣା କୁ ନେଇ ମହାବିଦ୍ୟାଳୟ ର ସଭାପତି ତଥା କେନ୍ଦ୍ରାପଡ଼ା ଜିଲ୍ଲା ଉପ-ଜିଲ୍ଲାପାଳ ଶ୍ରୀ ଅରୁଣ ନାୟକ ଙ୍କ ଅନୁରୋଧକ୍ରମେ +୩ ଡିଗ୍ରୀ କଲେଜର ଅଧ୍ୟାପକ ଅତିଥି ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଥିବାବେଳେ ଗତ ଦୁଇ ଦିନ ତଳେ ଏହି ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ଡେମୋନଷ୍ଟେ୍ଟର ଅତିଥି ଅଧ୍ୟାପକ ମାନଙ୍କୁ ତାଲା ନ ଖୋଲିବା ଏବଂ ଶିକ୍ଷାଦାନ ବନ୍ଦ କରିବା ଲାଗି କହିବାରୁ ଅତିଥି ଅଧ୍ୟାପକ ମାନେ‌ ଶିକ୍ଷାଦାନ କରିବାକୁ ଉଚିତ୍ ମଣୁନାହାନ୍ତି।

ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ଉପଜିଲ୍ଲାପାଳ, ମାନନୀୟ ଜିଲ୍ଲାପାଳ, କେନ୍ଦ୍ରାପଡ଼ା, ମାନନୀୟ ବିଧାୟକ, ପାଟକୁରା ଓ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି।

ସେୟାର କରନ୍ତୁ

Next Post

ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ଜିଲ୍ଲ...

Sun Aug 16 , 2026
କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ): ୧୬ ଅଗଷ୍ଟ ୨୦୨୬- ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ସନ୍ଧ୍ୟା ୬ଟାରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାର ବର୍ତ୍ତମାନ ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ, ରିଲିଫ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ […]

You May Like

Pin It on Pinterest