ଶ୍ୟାମାମଣୀ ଦେବୀ ପାଇଲେ ପ୍ରଥମ ପ୍ରଣବ ସ୍ମୃତି ସମ୍ମାନ…

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ):୧/୯- ବିଧାୟକ ବାବୁ ସିଂ ଙ୍କ ଆବାହକତ୍ୱରେ ସ୍ବର୍ଗତ ପ୍ରଣବ ପଟ୍ଟନାୟକଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା “ଶେଷ ଶ୍ରାବଣର ମାଝୀ” ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ମେୟର ସୁଲୋଚନା ଦାସ,ବିଜେପି ନେତା ଜଗନ୍ନାଥ ପ୍ରଧାନ,ପୁର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଞ୍ଚାସୀନ ହୋଇ ଥିଲେ ।

ଏହି ଅବସରରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବିଙ୍କୁ ପ୍ରଥମ ପ୍ରଣବ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରବାଦ ପୁରୁଷ ପ୍ରଣବ ପଟ୍ଟନାୟକ ଙ୍କ କଣ୍ଠ ସଂଗୀତର ଭୁୟସୀ ପ୍ରଶଂସା କରିଥିଲେ। ଅନ୍ୟାନ୍ୟଙ୍କ ମଧ୍ୟରେ,ଗାୟିକା ତୃପ୍ତି ଦାସ, ଡ. ଇତି ସାମନ୍ତ, ଗାୟକ ଲଷ୍ମୀକାନ୍ତ ପାଲିତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ।

ଡ.ଶ୍ରୀନିବାଶ ଘଟୁଆରୀ ଓ ଅତୀଶ ମହାନ୍ତି ସଭା ପରିଚାଳନା କରିଥିଲେ। କଣ୍ଠଶିଳ୍ପୀମାନେ ପ୍ରଣବ ପଟ୍ଟନାୟଙ୍କ ଲୋକପ୍ରିୟ କଣ୍ଠସଂଗୀତ ପରିବେଷଣ କରିଥିଲେ।ସିନେ ଗବେଷକ ସୂର୍ଯ୍ୟ ଦେଓ ଙ୍କ ପ୍ରସ୍ତୁତ ଏକ ବୃତ୍ତ ଚିତ୍ର “ଗୀତ ନଈ ର ମାଝୀ” ପରିବେଷିତ ହୋଇଥିଲା।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଆ କଳାଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେଇଥିଲେ। ବିଧାୟକ ବାବୁସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

୨୫କେଜି ଗଞ୍ଜେଇ ଜବତ, ୨ ଜଣ କୋର୍ଟ ଚାଲାଣ…

Tue Sep 1 , 2026
କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ) ୦୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ କେଚରପଡ଼ା ଗ୍ରାମରେ କଙ୍ଗୋ ସିଗାରେଟ୍ ଖୋଳ ମଧ୍ୟରେ ଗଞ୍ଜେଇ […]

You May Like

Pin It on Pinterest