ରାକେଶ ମହାନ୍ତି(କେନ୍ଦ୍ରାପଡା):୨୭-୦୭-ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଚେର ମାଡ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସଞ୍ଜୀବ ସିଂ । ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଞ୍ଜୀବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହା ପରେ କେନ୍ଦ୍ରାପଡ଼ା […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଏଲ ଆଣ୍ଡ ଟି କଂପାନୀକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ । ପ୍ରଶ୍ନକାଳରେ ହଟ୍ଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ସରକାରୀ ସମ୍ପତ୍ତିକୁ ଏଲଆଣ୍ଡଟି କମ୍ପାନି ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା ୨୦ କୋଟି ଟଙ୍କା ୧୨୦ କୋଟିରେ ପହଞ୍ଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ […]

ପ୍ରମୋଦ ନାୟକ(ଭୁବନେଶ୍ୱର):ରାଜ୍ୟ ସରକାର ୧୧ ଜଣ ଓଏଏସଙ୍କୁ ବଦଳି କରିଛନ୍ତି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଥିବା ରିନା ରାଉତଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଇନ୍ଦ୍ରମଣି ନାୟକଙ୍କୁ ପିଡି , ଡିଆରଡିଏ ବିଭାଗରୁ କଟକର ଅତିରିକ୍ତ କମିଶନର ଭାବେ ବଦଳି , ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ବଲାଙ୍ଗୀରରୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୪।୦୭ ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ? ନିଶା କବଳରୁ ମୁକୁଳି ପାରିବେତ ଚକଲେଟ ହିରୋ ? ଗଂଜା ,ଚାରାସ ,ଡ୍ରଗ୍ସର ଜାଲରେ ,ଓଡ଼ିଶାର ଯୁବପିଡ଼ି ଶିକାର ହେବାକୁ ଲାଗିଛନ୍ତି ।ଆଜିର କଳାକାର କିପରି ସୁଟିଂ ସେଟକୁ ନିଶା ନେଇ ଆସୁଛନ୍ତି କାଲି ସୋସିଆଲ ମିଡିଆରେ,ଜଣେ ସିନେ ନିର୍ଦେଶକ ଙ୍କ ବାଇଟ ସମସ୍ତେ ଶୁଣିଥିବେ ।ବାବୁଶାନଙ୍କ ପ୍ରସଙ୍ଗରେ ମାଆ ଅପରାଜିତ ମହାନ୍ତି […]

ସଞ୍ଜୟ ଶତପଥୀ(କଟକ):କଟକନଗର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କର ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନନୀୟ ମାନସ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତା ମାନଙ୍କୁ ଉପଯୁକ୍ତ ସାଂଗଠନିକ ମାର୍ଗଦର୍ଶନ କରାଇଥିଲେ।ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ବିବେକାନନ୍ଦ ନାଏକ ଦ୍ବୀପ ପ୍ରଜ୍ବଳନ ସହ ବନ୍ଦେ ମାତରଂ କରାଇଥିଲେ।ଶୋକ ପ୍ରସ୍ତାବ ଆଗତ କରିଥିଲେ ଶ୍ରୀ […]

ଭୁବନେଶ୍ୱର ୨୩/୦୭: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ,ଶନିବାର ଓ ରବିବାର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଏହି ଦୁଇ ଦିନ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ, ବରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷାର ଆଶଙ୍କା ଅଛି । ୨୪ରେ ଗଜପତି, ଗଞ୍ଜାମ ଓ କନ୍ଧମାଳରେ ବି ଅତି ପ୍ରବଳ ବର୍ଷା ହେବ ପୂର୍ବାନୁମାନ କରାଯାଇଛି । […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନସ୍ଥ ଦେବାହାଲ-ସୁକୁଟାପାଲି ମଧ୍ୟରେ ଚାରି ଥାକିଆ ରାଜପଥ ଉପରେ ଝାରସୁଗୁଡ଼ା ରୁ ପାଟଣାଗଡ ଅଭିମୁଖେ ଯାଉଥିବା ଏକ ୧୨ହଜାର ଲିଟର ତେଲ ବୋଝେଇ ଓ ଡି ୧୫ ଡି ୨୩୮୮ ଟ୍ୟାଙ୍କର୍ ଗାଡ଼ି ର ଡାହାଣ ପଟ ଆଗ ଚକ୍ ଫାଟି ଯିବାରୁ ବରଗଡ଼- ସମ୍ବଲପୁର ୱେ ରୁ ଡିଭାଇଡର ଡେଇଁ ସମ୍ବଳପୁର-ବରଗଡ଼ ୱେ ରାସ୍ତା କଡ଼ରେ ଥିବା ବିଲ ମଧ୍ୟକୁ ଧସେଇ […]

ମନୋଜମହାନ୍ତି(ଭୁବନେଶ୍ବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ୱ ଗାଥା ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ବରୁଣେଇଠାରେ ଓଡ଼ିଶାର ବୀରତ୍ୱ, ସ୍ୱାଭିମାନ ଓ ସଂଗ୍ରାମର ପ୍ରତୀକ ପାଇକ ବିଦ୍ରୋହର ସ୍ମାରକୀ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର,ସେ ଶିକ୍ଷା ହେଉ ବା ସ୍ୱାସ୍ଥ କିମ୍ବା ଗମନା ଗମନ,ଖାଲି ପ୍ରଚାର ପ୍ରସାରରେ ଆଗୁଆ ।କେଉଁଠି 5 ଟି ସ୍କୁଲ ପାଣିରେ ଭାସୁଛିତ,କେଉଁଠି ବିଜୁ ସ୍ୱାସ୍ଥ କାର୍ଡ ଧରି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ସାଧାରଣ ଜନତା କେଉଁଠି କେଉଁଠି ରାସ୍ତାର ଆବଶ୍ୟକତା ନଥାଇ ରାସ୍ତା ଉପରେ ରାସ୍ତା କରି ଠିକାଦାର ପୋଷା ଚାଲିଛିତ, କେଉଁଠି ରାସ୍ତା ଖଣ୍ଡେ ପାଇଁ ପ୍ରଶାସନଠୁ […]

ଉମରକୋଟ ୧୧।୭: ଭିଜିଲାନ୍ସ ହାତରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ।୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ । ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଭିଜିଲାନ୍ସ ଅଧିକାରୀ ।ମିଳିତ ଭାବରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ […]

Pin It on Pinterest