କେନ୍ଦ୍ରାପଡ଼ା(ଜୟନ୍ତ ଶତପଥୀ)୧୩/୦୭: ଜିଲ୍ଲାର ଉଦୀୟମାନ ପାୱାର ଲିଫ୍ଟିଙ୍ଗ୍ ତାରକା ରୋନିତ୍ ରୋସନ ସ୍ୱାଇଁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ସଦ୍ୟ ସମାପ୍ତ ଜାତୀୟ ପାୱାର୍ ଲିଫ୍ଟିଙ୍ଗ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରୁଷ ବିଭାଗର ୬୨କେଜି ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।ଏହା ସହ ସ୍କ୍ୱାଟ୍ରେ ୧୭୦ କିଲୋଗ୍ରାମ୍ ଭାର ଉଠାଇ ସେ ନୂତନ […]
Odishanews
ବରଗଡ:-୧୨/୭(ନବୀନ କୁମାର ଦାଶ):ପୁଅ ବଡ ହେଲେ ପାଠ ସାଠ ପଢ଼ି ବାପା ମାଁ ଙ୍କ ସ୍ଵପ୍ନ ପୁରଣ କରିବ।ସବୁ ବାପ ମାଆ ମାନଙ୍କର ଆଶ, ହେଲେ କେତେଜଣଙ୍କର ପୁରଣ ହୁଏ?ଏବି ଜଣେ ବାପା,ନିଜେ ସିନା ଅଶିକ୍ଷିତ ହେଲେ ପୁଅ କୁ ପାଠ ପଢ଼ାଇ ମଣିଷ କରିବା ବୃଦ୍ଧ ବୟସରେ ଜୀବନରେ ସୁଖ ଆସିବ ଏମିତି କେତେ ସ୍ଵପ୍ନ ଦେଖୁ ଥିଲେ ଜଗନ୍ନାଥ। ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ତେଜା […]
ବଲାଙ୍ଗୀର ୧୧/୦୭(ଶଙ୍କର୍ଷଣ ମିଶ୍ର): କେବେ ରାଜ୍ୟବାସୀ ପାଇବେ ୩୦୦ ୟୁନିଟ ମାଗଣା ବିଜୁଳି ? କେବେଠୁ କାର୍ଯ୍ୟକାରି ହେବ ଏହି ନୂଆ ଯୋଜନା ?ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ କେବେ ? ଏମିତି ଅନେକ ଦ୍ବନ୍ଦ ଲାଗି ରହିଥିବା ବେଳେ । ବିଜେଡି ମଧ୍ୟ ଏନେଇ ପ୍ରଶ୍ନ କରିଛି । ବେଳେ ବଡ କଥା ଖୁଲାସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପ୍ରଧାନମନ୍ତ୍ରୀ ସୂର୍ୟ୍ୟୋଦୟ ଯୋଜନାରେ ୩୦୦ […]
ଭୁବନେଶ୍ୱର(ଗୌତମ ମିଶ୍ର) ୧୦।୭: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିବାବେଳେ, ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହରବାଜିଛି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋହନ ସରକାର। ଏଥିସହ ଶ୍ରମିକଙ୍କ ବ୍ୟତୀତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଧ୍ୟ […]
ବରଗଡ:-୧୦.୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ ସଭାଗୃହ ଠାରେ ଷଷ୍ଠ ତମ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ନୂତନ ଭାବେ ଯୋଗ ଦେଇଥିଲେ । ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ବ୍ଲକ୍ ଉପାଧ୍ୟକ୍ଷ ଅନନ୍ତ ମେହେର, ତହସିଲ […]
ଭୁବନେଶ୍ୱର(ନି.ପ୍ର):ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟଙ୍କ, ନିର୍ବାଚନ ସରିବାର ମାସକ ପରେ ନବୀନଙ୍କ ହାରିବାକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି,ନବୀନ ପଟ୍ଟନାୟକ ହାରିନାହାନ୍ତି, ତାଙ୍କୁ ବିଧିବଦ୍ଧ ଭାବେ ହରାଇ ଦିଆଯାଇଛି । ତାଙ୍କୁ ସୁଚିନ୍ତିତ ଗୋଟି ଚାଳନାକରି ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଥିଲେ।ଆଜି ନହେଲେ କାଲି ସେ ମୂଷାକୁ କଢା ହେବ । ଆମ […]
ଭୁବନେଶ୍ଵର ୦୬/୦୭(ଗୌତମ ମିଶ୍ର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତି ରେପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଏକା ଧାରା ରେ ଜଣେ ଦେଶସେବକ, ଜନ ନାୟକ, ସ୍ୱାଧୀନତା ସଂଗ୍ରାମୀ, […]
ପୁରୀ(ନି.ପ୍ର): ଶନିବାର ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ପ୍ରଥମେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାପରେ, ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ଓ ବିଜେପିର ବହୁ ନେତା ଓ କର୍ମୀଙ୍କ ସହ ହାତରେ ଝାଡ଼ୁ ଧରି ବଡ଼ଦାଣ୍ଡରେ ଅଳିଆ ସଫେଇ କରିଛନ୍ତି। ବଡ଼ଦାଣ୍ଡର ଏହି ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ […]
ଭୁବନେଶ୍ୱର(ଗୌତମ ମିଶ୍ର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ, ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି।ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ […]
ଭୁବନେଶ୍ବର(ନି.ପ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪ରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ […]


