
ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଭୁଲ ଇଞ୍ଜେକସନ ସହ ଡ଼ାକ୍ତରଙ୍କ ଅବହେଳେ ପାଇଁ ବାଳକମୃତ୍ୟୁ ଅଭିଯୋଗ । ଡ଼ାକ୍ତରଖାନାରେ ଚାପ ଉତେଜନା ଜାରୀ ।
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ମେଡ଼ିକାଲରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି, କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଜଣେ ୮ ବର୍ଷର ବାଳକକୁ ଜ୍ଵର ହୋଇ ଥିବାରୁ ପରିବାର ଲୋକେ ପ୍ରଥମେ ଓରାସାହି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ମେଡ଼ିସନ ଷ୍ଟୋରରୁ ଇଞ୍ଜେକସନ ନେବା ପରେ ବାଳକଟି ଗୁରୁତ୍ଵର ହୋଇପଡ଼ିଥିଲା, ପରେ ଶିଶୁର ପରିବାର ଲୋକେ ଚାନ୍ଦବାଲି ମେଡ଼ିକାଲରେ ଶିଶୁଟିକୁ ଭର୍ତି କରିଥିଲେ ।

ଚାନ୍ଦବାଲି ମେଡ଼ିକାଲରେ ଡ଼ାକ୍ତର ଚିକତ୍ସା କରିବା ବିଳମ୍ଭ କରିବାରୁ ଶିଶୁଟିର ମୃତ୍ୟୁ ହୋଇଗଲା ବୋଲି ମୃତ ବାଳକର ପରିବାର ଲୋକ ମେଡ଼ିକାଲରେ ହୋ ହାଲ୍ଲା କରିଥିଲେ । ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ ପହଁଚି ମୃତ ଶିଶୁର ପରିବାର ଲୋଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଇଥିଲା, ଏବେ ମଧ୍ୟ ମେଡ଼ିକାଲରେ ଚାପ ଉତ୍ତେଜନା ଜାରୀ ରହିଛି । ମୃତ ବାଳକ ଜଣକ ହେଉଛନ୍ତି ସୁକାନ୍ତ ମହାଳିକଙ୍କ ପୁଅ ସୁଧୀର ମହାଳିକ ବୋଲି ସୂଚନା ମିଳିଛି ।