ପଞ୍ଚାୟତ ନିର୍ବାଚନ ଫଳାଫଳର ଆଜି ଦ୍ୱିତୀୟ ଦିନ ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଧାରଣ…

ଭୁବନେଶ୍ୱର ୨୭।୦୨: ପଞ୍ଚାୟତ ନିର୍ବାଚନ ଫଳାଫଳର ଆଜି ଦ୍ୱିତୀୟ ଦିନ। ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ ର ପ୍ରାଥୀଙ୍କ ବାଲଟ ବାକ୍ସରେ ବନ୍ଧା ପଡିଥିବା ଭାଗ୍ୟ କିଛି ପ୍ରାର୍ଥୀଙ୍କ ପାଇଁ ଖୁସି ଆଣିବାଟା ଆଉ କିଛିଙ୍କୁ ପାଇଁ ଦୁଃଖ । ଶନିବାର ପ୍ରଥମ ଦିନରୁ ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ବିଜେଡିର ଶଙ୍ଖନାଦ । ଏହି ପ୍ରକ୍ରିୟା ଆଜି ଓ କାଲି ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍‌ ଦଖଲ କରିବ।୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୪୭୬ରେ ବିଜୟ ଲାଭ କରିଥିଲା ।

ପ୍ରଥମ ଦିନ ପଞ୍ଚାୟତ ଭୋଟ୍‌ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଆସନ୍ତା ପୌର ନିର୍ବାଚନରେ ଶାସକ ବିଜେଡି ପାଇଁ ଏକ ସୁଖଦ ବାର୍ତା ଦେଉଛି । ଶନିବାର ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ବିଜେଡି ଏକାକୀ ୨୮୨ଟି ପୋଛି ନେଉଛି । ବିଜେପି ମାତ୍ର ୧୨ଟି, କଂଗ୍ରେସ ୧୬ଟି ଓ ଅନ୍ୟ ଦଳ ୫ଟିରେ ଜିତିବାକୁ ଯାଉଛି ।୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ ଗଣତି ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯନ୍ତ ସମସ୍ତ କ୍ଲାସ ଖୋଲିବ-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ...

Sun Feb 27 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର):୨୭।୦୨ -ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯନ୍ତ ସମସ୍ତ କ୍ଲାସ ଖୋଲିବ । ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲେ । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ଷୋମବାର ଠାରୁ ସ୍କୁଲ ଖୋଳିଲେବି,ଏକ ସପ୍ତାହ ପିଲାମାନଙ୍କୁ କେବଳ ଆକ୍ଟିଭ କରାଯିବ, […]

You May Like

Pin It on Pinterest