ପଟ୍ଟାମୁଣ୍ଡାଇ ପୌରନିର୍ବାଚନ ପାଇଁ ବିଜେପିର ସଜବାଜ…

ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ପୌରନିର୍ବାଚନର ବିଗୁଲ ବାଜିବା ପରେ,ସବୁ ଛାମୁଆ ଦଳର ଆରମ୍ଭ ହୋଇଛି ସଜବାଜ |ଏହି ପରିପେକ୍ଷୀରେ ପଟାମୁଣ୍ଡାଇ ମୁନିସପାଲଟି ପାଇଁ ବିଜେପିର ନଗର ମଣ୍ଡଳ ସଭାପତି ବିଶ୍ୱରଂଜନ ପାତ୍ରଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ପୌରନିର୍ବାଚନ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିରେ ହୋଇଥିଲା |ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ କୁମାର ଜେନା,ଦଳ ତରଫରୁ କିପରି ସୁଚାରୁରୂପେ ନିର୍ବାଚନକୁ ପରିଚାଳନା କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |

ଏହି ବୈଠକରେ ପୂର୍ବତନ ନଗର ସଭାପତି ରୁଲିଆ ପଣ୍ଡା,କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପ ସଭାପତି ସଞ୍ଜୟ ସାହୁ,ନଗର ମଣ୍ଡଳ ସମ୍ପାଦକ ଅଶୋକ ସାହୁ(ମକୁ),ରବି ବିଶ୍ୱାଳ,ବରିଷ୍ଠ କାର୍ଯ୍ୟକର୍ତା ପ୍ରତାପ ଜେନା,ପାରେଶ୍ବର ପାତ୍ର,ଦେବାଶିଷ ମଲ୍ଲିକ,ବିଶେଶ୍ୱର ମଲ୍ଲିକ,ଦୀପକ ମଲ୍ଲିକ,ମହେନ୍ଦ୍ର କୁମାର ଦାସ,ଦିଲ୍ଲୀପ କୁମାର ସେଠି,ମଣ୍ଡଳ ମହିଳା ସଭାପତି ରଶ୍ମିତା ସାହୁ,ଶଶିକାନ୍ତ ସ୍ୱାଇଁ,ପଟାମୁଣ୍ଡାଇ ନଗର ମଣ୍ଡଳ ଯୁବ ସଭାପତି ଅଜୟ ଦାସ ଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ମତାମତ ରଖିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ୟୁକ୍ରେନରେ ହଇଚଇ ସୃଷ୍ଟି କରିଛି ରୁଷ,ବିସ୍ଫୋରଣ କରି ଉଡାଇଦେଲା ଗ୍ୟାସ ପାଇପଲାଇନ , ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାଇଲେ...

Sun Feb 27 , 2022
ବାସ୍ତବବ୍ୟୁରୋ: ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଚତୁର୍ଥ ଦିନ | ରୁଷର ସେନା ୟୁକ୍ରେନର ଭିତର ଭାଗରେ ପ୍ରବେଶ କରି ବିପର୍ଯ୍ୟୟ ଘଟାଉଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ରୁଷର ସୈନ୍ୟ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି। ୟୁକ୍ରେନର ସାହାଯ୍ୟକୁ ଜର୍ମାନୀ ଏବଂ ଫ୍ରାନ୍ସ ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ରୁଷର ସେନା କୈଭଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଏକ ନଦୀ କୂଳରେ ଅଟକି […]

You May Like

Pin It on Pinterest