ବିବାଦ ସାଂସଦଙ୍କ ପିଛା ଛାଡୁ ନଥିବାବେଳେ । ପୁଣି ଫସିଲେ ସାସଂଦ ଅନୁଭବ ମହାନ୍ତି । ଏମିତି ଏକ ଅଡୁଆରେ ଛନ୍ଦି ହୋଇ ପଡିଛନ୍ତି କେନ୍ଦ୍ରାପଡା ସାଂସଦ । ବିଗତ ଦିନରେ ଯଦି ଆମେ ସାସଂଦଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା । ତେବେ ନିଶ୍ଚିନ୍ତ ରୂପେ ମାନ୍ୟବର ସାଂସଦଙ୍କ ନାମରେ ଛୋଟବଡ ବହୁ ଘଟଣାକୁ ନେଇ ବିଭିନ୍ନ କେସ୍ ମାନ ଦାୟର କରାଯାଇଥିବା ବେଳେ । ଆଜି ମଧ୍ୟ ସାସଂଦ କଂଗ୍ରେସ ବିଜେଡି ଏବଂ ବିଜେପି ଦଳିୟ କନ୍ଦଳକୁ ନେଇ ରାଜନୀତି କୈନ୍ଦ୍ରିକ କରିବା ସହିତ ପଞ୍ଚାୟତ ଅଫିସର ପାର୍କକୁ ଉଦ୍ଦଘାଟନ ନକରି ଉପସ୍ଥିତ ମହିଳା ମାନଙ୍କୁ ଭୂକ୍ଷେପ ନକରି ଜୈନିକ ବିଜେଡି ବିଧାୟକ ବା ଧାନ ଚୋର ବିଧାୟକଙ୍କ କଥାରେ ପରିଚାଳିତ ହୋଇ ମହିଳା ମାନଙ୍କୁ ଅପମାନିତ କରିଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ-କେନ୍ଦ୍ରାପଡା ପଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କଣ୍ଟାବଣସ୍ଥିତ ବଡମୋହନପୁର ଗ୍ରାମ ପଞ୍ଚାୟତର ବଡପଡା କଲେଜଠାରେ ହେଉଥିବା ଦୁଇ ଦିନଧରି ସ୍ୱାସ୍ଥ୍ୟ ମେଳାକୁ ଉଦ୍ଦଘାଟନ କରିବା ପାଇଁ ଯାଇଥିବା ମାନ୍ୟବର ସାଂସଦ କେନ୍ଦ୍ରାପଡା ଶ୍ରୀଯୁକ୍ତ ଅନୁଭବ ମହାନ୍ତି ସ୍ୱାସ୍ଥ୍ୟ ମେଳା କାର୍ଯ୍ୟସାରି ଫେରୁଥିବା ବାଟରେ ମାତ୍ର ୨୦୦ ମିଟର ଦୂରରେଥିବା ପଞ୍ଚାୟତ ଅଫିସ୍ କାର୍ଯ୍ୟଳୟରେ ନୂର୍ତନ ପାର୍କକୁ ଉଦ୍ଦଘାଟନ କରିବା ପାଇଁ ବହୁ ଉତ୍ସୁକତାର ସହିତ ମାନ୍ୟବର ସାଂସଦଙ୍କୁ ସ୍ୱାଗତ ଓ ବନ୍ଧାପନା ଏବଂ ସମ୍ବର୍ଦ୍ଧିତ କରିବା ସହିତ ଅପେକ୍ଷାରତ ପ୍ରାୟ ଶତାଧିକ ମହିଳାମାନଙ୍କୁ ଅପମାନିତ କରି ଲୁଚି ପଳାଇଥିବା ଜଣାପଡିଛି ।

ଅନୁଭବ ମହାନ୍ତିଙ୍କୁ ସାଂସଦଭାବେ ଯେତିକି ସ୍ୱାଗତ କରିବାକୁ ଚାହୁଁ ନଥିଲେ ସେତିକି ଉତ୍ସୁକତାର ସହିତ ଅପେକ୍ଷା ରତଥିଲେ ଏକ ସେଳିବ୍ରେଟି ଭାବେ କିନ୍ତୁ ସାଂସଦ ଅନୁଭବ ମହାନ୍ତି ପୁଣି ରାଜନଗର ବିଧାୟକ ବୁଧିରେ ପରିଚାଳିତ ହୋଇ ମହିଳା ମହା ସଂଘର କର୍ମୀମାନଙ୍କୁ ଆଜିଭଳି ଦିନରେ ଏପରି ଅପମାନ ହୁଏତ ଆଗାମୀ ଦିନରେ ସାଂସଦଙ୍କ ସହିତ ରାଜନଗର ବିଧାୟକଙ୍କୁ ନିଶ୍ଚିନ୍ତ ରୂପେ ମହଂଗା ପଡିପାରେ । ଦେଖା ଯାଉ ମିଷ୍ଟର ସାଂସଦ ଅନୁଭବ ମହାନ୍ତି କେତେଦିନ ଏଭଳି ପର ବୁଦ୍ଧିରେ ପରିଚାଳିତ ହେବେ ଏବଂ ୫ଟି ଭଳି ଯୋଜନାକୁ ଫ୍ଲପ୍ କରିବେ । ଆଉ ନବୀନ ବାବୁଙ୍କ ମାକୁ ସନମ୍ମାନ ଗାଁକୁ ରକ୍ଷା ଭଳି ସ୍ଲୋଗାନ୍ କୁ ଅପମାନ ଦେବାଭଳି ଏକ ବଡ ଦୁଃଖଦ ପୂର୍ଣ୍ନ ଘଟଣା ଘଟିଛି ବଡମୋହନପୁର ପନଚାୟତରେ । ଏଠାରେ ପ୍ରକୃର୍ତରେ କିଏ ଦୋଷୀ ସାଂସଦଙ୍କ ଗାଡି ଭିତରେ ବସି ସାଂସଦଙ୍କୁ ଚୁମୂଟାଇବା ଏବଂ ଇସାରା କରିବା ସହିତ କାଦୁଅକୁ ଠେଲିଦେଇ ନିଜେ ବାହା ବାହା ନେବା କେତେଦିନ ପର୍ଯ୍ୟନ୍ତ ରାଜନଗର ବିଧାୟକଙ୍କ ଆତ୍ମ ଗାରିମା ତିଷ୍ଟି ରହୁଛି ତାହା ଖାଲି ବାକି ରହିଲା ଦେଖିବାକୁ । ସେ କଥାତଃ ଆଗକୁ ସମୟ କହିବ ।