କଟକନଗର ବିଜେପିର ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶପୁତ୍ତଳିକା ଦାହ

ସଂଜୟ ଶତପଥୀ(କଟକ): “ଭାରତର ସବୁଠାରୁ କୁଶ୍ଚିତ ଆଦର୍ଶକୁ ପ୍ରତିନିଧିତ୍ୱ କରୁଛନ୍ତି ଦ୍ରୋପଦି ମୁର୍ମୁ “କଂଗ୍ରେସ ନେତା ଅଜୟ କୁମାରଙ୍କ ଏହି ମନ୍ତବ୍ୟ କୁ ଵିରୋଧ କରି ଭାଜପା କଟକନଗର ଯୁବମୋର୍ଚା ତରଫରୁ ଆଜି ଅପରାହ୍ନ ରେ କଟକ ଚଣ୍ଡୀ ଛକରେ କୁଶ ପୁତ୍ତଳିକା ଦାହ କରାଯାଇଛି।

ବିଜେପିର ନେତାମାନେ କହିଥିଲେ ଯେ ଶ୍ରୀମତୀ ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ଆଦିବାସୀ, ମହିଳା ଓ ଗରୀବ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। କଂଗ୍ରେସ ଦଳର ନେତା ଏଭଳି କୁଶ୍ଚିତ ଆରୋପ କରି କେବଳ ଦ୍ରୋପଦି ମୁର୍ମୁଙ୍କୁ ନୁହେଁ, ଭାରତର ସମଗ୍ର ଆଦିବାସୀ ସମ୍ପ୍ରଦାୟ,ମହିଳା ଓ ଗରିବ ଲୋକଙ୍କୁ ଅପମାନିତ କରିଥିବାରୁ ଏଥିପାଇଁ କ୍ଷମା ମାଗିବାକୁ ପଡିବ। କଂଗ୍ରେସ ନେତା ଅଜୟ କୁମାର ଓ ରାହୁଳ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରି ବିଜେପି କର୍ମୀ ମାନେ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇଥିଲେ।

ଯୁବମୋର୍ଚା ସଭାପତି ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ କଟକନଗର ସଭାପତି ସର୍ବଶ୍ରୀ ଲଲାଟେନ୍ଦୁ ବଡୁ,ଶ୍ରିତମ ଦାସ,ସିକନ୍ଦର ଅଲ୍ଲି,ରଶ୍ମିରେଖା ଦାସ,ଦେବାଶିଷ ରାୟ,ପ୍ରବୀଣା ମହାପାତ୍ର,ରତନ ମହାନ୍ତି, ନମିତା ମିଶ୍ର,ଶରତ ଭୋଳ,ଜୟକୃଷ୍ଣ ସ୍ବାଇଁ, ମହମ୍ମଦ ସବିର,ଶିବ ନାଏକ,ସୁବାଷ ତ୍ରିପାଠୀ,ସଂଗ୍ରାମ ସିଂ,ୱାଇ ୱାଣୀ,ସ୍ନେହମଞ୍ଜରୀ ମହାନ୍ତି,ତାରାପ୍ରସାଦ ମହାନ୍ତି,ରମେଶ ପ୍ରଧାନ, ବିଜୟ ସେଠୀ,କଲ୍ୟାଣି ମହଲା, ଶିଳ୍ପାସୌମିତ୍ରୀ ଗିରି ଗୋସ୍ୱାମୀ,ଡେଜ଼ୀନା ବେହେରା,ଶାଶ୍ୱତ ନାଏକ,ସତ୍ୟଜିତ ମହଲା,ଜୀବନଜ୍ୟୋତି ଦାସ,ପ୍ରଦୀପ ତିୱାରୀ,ସତ୍ୟ ରଞ୍ଜନ ଦାସ ,ସୌମ୍ୟରଂଜନ ଷଡଙ୍ଗୀ,ସତ୍ୟଜିତ ବାରିକ ,ଅଲେଖ ନାଏକ ,ରାଜେଶ ଜେନା ,ଶମ୍ଭୁ ବେହେରା,ଅନିକେତ ଦାସ ,ଅସିତ ପେଦିନି,ସୁଶାନ୍ତ କୁମାର ରଂଜିତ ,ସତ୍ୟ ରଞ୍ଜନ ଦଳାଇ,ବିଜୟ କୁମାର ମଲିକ,ବିବେକ ଶର୍ମା,ଶ୍ରୀନିବାସ ରେଡି ,ସଦାନନ୍ଦ ବିଶ୍ୱାଳ ,ଶିବ ଦାସ ,ରଶ୍ମି ମହାପାତ୍ର,ଅମ୍ରିତ ଆଚାର୍ଯ୍ୟ ,ଜିତେନ୍ଦ୍ର ସାହୁ ,ରାକେଶ ସାହୁ ,ନିତୁ ଦାସ ,ରୁନା ସାହୁ ,କୃପାସିନ୍ଧୁ ବିଶ୍ୱାଳ,ଜିତୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚରିତ୍ରକୁ ସନ୍ଦେହ କରି,ନୃଶଂସ ଭାବେ ସ୍ତ୍ରୀର ବେକ କାଟି ହତ୍ୟା କରିଛି ସ୍ୱାମୀ...

Fri Jul 15 , 2022
ଦୁଶାସନ ପୃଷ୍ଟି (ଢେଙ୍କାନାଳ):ଚରିତ୍ରକୁ ସନ୍ଦେହ କରି, ଢ଼େଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ନୃଶଂସ ଭାବେ ସ୍ତ୍ରୀର ବେକ କାଟି ହତ୍ୟା କରିଛି ସ୍ୱାମୀ। କେବଳ ସେତିକି ନୁହେଁ, ହତ୍ୟା ପରେ ସ୍ତ୍ରୀ କଟାମୁଣ୍ଡକୁ ଧରି ଦୀର୍ଘ ୧୨ କିଲୋମିଟର ରାସ୍ତା ଚାଲିବା ପରେ ଲୋକଙ୍କ ହାତରେ ଧରାପଡ଼ିଛି। ଏହି ଘଟଣା ଆଜି ସକାଳୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଭଳି ହୃଦୟ ବିଦାରକ […]

You May Like

Pin It on Pinterest