ଆଜିର ଖାସ୍ ଖବର

୧-ବ୍ରହ୍ମପୁର ମେଡ଼ିକାଲ ଛାତ୍ର ଜ୍ୟୋତି ରଞ୍ଜନ ଦାସଙ୍କ ବାପା ଜଣେ ଦରଜୀ, ପଇସା ଅଭାବରୁ ଅଧାରୁ ରହିଯାଇଥାନ୍ତା ଡାକ୍ତରୀ ପାଠପଢା, ସହାୟତାର ହାତ ବଢାଇ, ମନରେ ଆଶା ସଞ୍ଚାର କରାଇଲେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

୨-ଆଜି ଠାରୁ ମାର୍ଚ୍ଚ ୩୧ ଯାଏଁ କଟକ-ଭୁବନେଶ୍ବରର ସବୁ ମଲ ବନ୍ଦ:CP

୩-ଓଡ଼ିଶାରେ କରୋନା। ଆକ୍ରାନ୍ତଙ୍କ ଘର ଭୁବନେଶ୍ୱର, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ।

୪-ପର୍ଯ୍ୟଟକଙ୍କୁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନା ,ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସୂର୍ଯ୍ୟମନ୍ଦିର । ତାରାତାରିଣୀର ପ୍ରସିଦ୍ଧ ଦଣ୍ଡଯାତ୍ରା ଉପରେ କଟକଣା, ମୁଣ୍ଡନ ମନା।

୫-ସପ୍ତାହେ କି ମାସେ ନୁହଁ, କରୋନା ମୁକାବିଲା ପାଇଁ ଛଅ ମାସ ପ୍ରସ୍ତୁତ ରହିବାକୁ ପଡିବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୬-୨୭ରୁ ମିଳିବ ନିଟ୍ ଆଡମିଟ୍ କାର୍ଡ,ମେ ୩ରେ ପରୀକ୍ଷା।

୭-ଗଞ୍ଜାମ ଓ ଖୋର୍ଦ୍ଧା ପରେ ରାୟଗଡାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ।

୮-କରୋନା ଭୟରେ କେନ୍ଦ୍ରାପଡାରେ ଯାତ୍ରା ବନ୍ଦ : ମାର୍ଚ୍ଚ ୩୧ ତାରିଖ ଯାଏଁ ଯାତ୍ରା ପରିବେଷଣ ଉପରେ ରୋକ ଲଗାଇଲେ ଜିଲ୍ଲାପ୍ରଶାସନ, ସଂକ୍ରମଣ ରୋକିବାକୁ କେନ୍ଦ୍ରାପଡା ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ।

୯-ଆଜି ଜେଇଇ ମେନ ଫର୍ମରେ ତ୍ରୁଟି ସଂଶୋଧନ ଶେଷ ତାରିଖ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Mar 17 , 2020
୧-ବୁଧବାର ହଟିବ ୟେସ୍‌ ବ୍ୟାଙ୍କ କଟକଣା: ଆରବିଆଇ ୨-କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର। ୩-କରୋନା ଡରରେ ବନ୍ଦ ହେଲା ରାଜ୍ୟର ସମସ୍ତ ବିଦ୍ୟାଳୟ, ସ୍ଥଗିତ ହେଲା ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା।ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ। ୪-ଜନସମାଗମ ରୋକିବାକୁ […]

You May Like

Pin It on Pinterest