
ବାସ୍ତବବ୍ୟୁରୋ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୧ ନଭେମ୍ବରରୁ ବଜେଟ୍ ପୂର୍ବ-ବୈଠକ ଆରମ୍ଭ କରିବେ | ପାରମ୍ପାରିକ ଭାବରେ ଅର୍ଥମନ୍ତ୍ରୀ ବଜେଟ୍ ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ବୈଠକ କରନ୍ତି। ଶିଳ୍ପାଞ୍ଚଳ, ଭିତ୍ତିଭୂମି କ୍ଷେତ୍ର ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ସୀତାରମଣ ସୋମବାର ତିନୋଟି ଗୋଷ୍ଠୀ ଙ୍କ ସହ ବୈଠକ କରିବେ। ଏଥିରେ ସାଧାରଣ ବଜେଟ୍ ପାଇଁ ପରାମର୍ଶ ନିଆଯିବ।
ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ଭିତ୍ତିଭୂମି ସହ ଜଡିତ ପ୍ରସଙ୍ଗ ପ୍ରତି ବିଶେଷ ଧ୍ୟାନ ଦିଆଯିବ। ୨୦୭୦ ସୁଦ୍ଧା ଭାରତ ଶୂନ କାର୍ବନ ନିର୍ଗମନ ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି। ନଭେମ୍ବର ୨୨ ରେ ଅର୍ଥମନ୍ତ୍ରୀ କୃଷି, ଏଗ୍ରୋ ପ୍ରକ୍ରିୟାକରଣ ଶିଳ୍ପ, ଆର୍ଥିକ କ୍ଷେତ୍ର ଏବଂ କ୍ୟାପିଟାଲ ମାର୍କେଟର ପ୍ରତିନିଧୀଙ୍କୁ ଭେଟିବେ। ୨୪ ନଭେମ୍ବରରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜଳ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ |



