ମତୋ ହାଇସ୍କୁଲ ୧୯୯୪ବ୍ଯାଚର ଗୁରୁ ଶିଷ୍ୟ ମାନଙ୍କ ମଧ୍ୟରେ ବନ୍ଧୁ ମୀଳନ ଉତ୍ସବ ପାଳିତ ….

ଦେବକିନ୍ତ ମହାନ୍ତି(ଚାନ୍ଦବାଲି)-ସ୍ଥାନୀୟ ମତୋ ହାଇସ୍କୁଲର ୧୯୯୪ ବ୍ଯାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ବନ୍ଧୁମୀଳନ ଉତ୍ସବ ସ୍କୁଲ ପରିଶରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୯୯୪ ବ୍ଯାଚର ବିଭିନ୍ନ ଅନୁଷ୍ଠାନରେ ବହୁ ପ୍ରତିଷ୍ଠିତ ପୂର୍ବତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ବାଲ୍ଯ ବନ୍ଧୁ ମାନଙ୍କୁ ଏକାଠି ପାଇ ଖୁସିରେ ବିଭୋର ହୋଇଯାଇଥିଲେ ।

ତତ୍କାଳୀନ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଲ୍ଲାଇ, ବିର୍ଷ୍ଣୁମୋହନ ମହାପାତ୍ର,ବୈକୁଣ୍ଠ ରଥ,ସନ୍ଥଚରଣ ନାୟକ,ଅର୍ଜୁନ ସାହୁ,ନନ୍ଦ କିଶୋର ବଳଙ୍କ ସମେତ ବର୍ତମାନର ମତୋ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଏପରି ଶିକ୍ଷକତା ବ୍ରୁତି ପରେ ଅବଶର ସମୟରେ ପୁର୍ନବାର ସମସ୍ତେ ଏକାଠି ହେବା ସହ ନିର୍ଦିଷ୍ଟ ଗୋଟିଏ ବର୍ଷର ପିଲାଙ୍କୁ ଏକାଠି ନିଜ ଗହଣରେ ପାଇବା ନିଶ୍ଚିତ ଏକ ନିଆରା କାର୍ଯ୍ଯକ୍ରମ ଏଥିରେ ସନ୍ଦେହ ନାହିଁ ବୋଲି କହିଥିଲେ ।

ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯରେ ସୁକାନ୍ତ ସାହୁ,ରଞ୍ଜନ ପ୍ରିୟବତ ଦାସ,ଦେବବ୍ରତ ଦାସ,କଳ୍ପନା ପଣ୍ଡା,ମଧୁସୁଦନ ସାହୁ,ଦୟାନିଧି ସାହୁ,ମାନସୀ ପତି,ଜ୍ଯର୍ତିମୟୀ ସାହୁ,ମହେଶ୍ବର ସାହୁ, ପ୍ରମୁଖ ଯୋଗ ଦେଇ ନିଜର ସ୍କୁଲ ବେଳର ସ୍ମ୍ରୁତିକୁ ବଖାଣିଥିଲେ.ସର୍ବ ଶେଷରେ ସାଂସ୍କ୍ରୁତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ପୀଠପରିକ୍ରମା"କାର୍ଯ୍ୟକ୍ରମରେ କଟକ ଉରାଳୀର ବାମନ। କ୍ଷେତ୍ରର ଶ୍ରୀଦଧୂବାମନଜୀଉ...

Mon Mar 27 , 2023
ସଂଜୟଶତପଥୀ(କଟକ): ପୈ।ରାଣିକ ମତବାଦର କାଞ୍ଚି ଅଭିଯାନ ହେଉ ବା ରାଜା ବଳିଙ୍କର ପାତାଳ ଗମନ ହେଉ ଅଥବା ମାଳିକା ବର୍ଣ୍ଣିତ ହେଉ କଟକ ଜିଲ୍ଲାର ଉରାଳୀ ଗ୍ରାମରେ ବିଗତ ୪୦୦ ବର୍ଷ ପୂର୍ବରୁ ସ୍ବୟଂ ବିରାଜମାନ ପ୍ରଭୁ ଶ୍ରୀ ଦଧୂବାମନଜୀଉଙ୍କର ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହେଉଛି। ତ୍ରିଦିବସୀୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ପବିତ୍ର କଳସ ଯାତ୍ରା,ଅଧୂବାସ, ହୋମଯଜ୍ଞ ଓ ଉପଚାର ପୂଜା ପ୍ରଭୁ ନୀଳାଦ୍ରିନାଥଙ୍କ […]

You May Like

Pin It on Pinterest