ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ’

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ଗସ୍ତରେ ଥିବା ବେଳେ ଆଜି ତାଙ୍କୁ ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ-ସିସି କୋହିରା ଠାରେ ମୋଦୀଙ୍କୁ ‘ଅର୍ଡର ଅଫ ଦ ନାଇଲ (ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ)’ରେ ସମ୍ମାନୀତ କରିଛନ୍ତି ।

ସୂଚନାନୁଯାୟୀ, ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଜକୀୟ ଯାତ୍ରା କ୍ରମରେ ମିଶରରେ ପହଂଚିଛନ୍ତି । ଏହି କ୍ରମରେ ସେ କୋହିରାରେ ଥିବା ଅଲ-ହକିମ ମସଜିଦ ପରିଦର୍ଶନ କରିଥିଲେ । ଏହି ଅବସରରେ ମୋଦୀଙ୍କ ସହ ମିଶରର ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମିଶରର କୋହିରା ହେଲିୟୋପୋଲିସ ଯୁଦ୍ଧ ସ୍ମାରକ ପରିଦର୍ଶନ କରିବା ସହ ବିଶ୍ୱଯୁଦ୍ଧ ବେଳେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହା ପୂର୍ବରୁ ଭାରତ ଓ ମିଶର ମଧ୍ୟରେ ବ୍ୟବସାୟୀକ ସଂପର୍କ ସଦୃଢ କରିବା ଉର୍ଦ୍ଦେଶ୍ୟରେ ମିଶରର ପ୍ରଧାନମନ୍ତ୍ରୀ ମୁସ୍ତଫା ମେଡବୋଲି ଓ ମନ୍ତ୍ରୀମଣ୍ଡଳର ଶୀର୍ଷ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ୨୬ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ମିଶରକୁ ପ୍ରଥମ ଦ୍ୱିପାକ୍ଷୀକ ଯାତ୍ରା କରିଛନ୍ତି ।

ସେୟାର କରନ୍ତୁ

Next Post

ଦିଗପହଣ୍ଡି ଠାରେ OSRTC ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା...

Mon Jun 26 , 2023
ବାସ୍ତବ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍ ଓ ଘରୋଇ ବସ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମଧ୍ୟରେ ୬ଜଣ ପୁରୁଷ,୪ ଜଣ ମହିଳା  ଓ ୨ଜଣ ଶିଶୁ ଥିବା ଜଣାପଡ଼ିଛି।  ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଥିବା ଜଣାଯାଇଛି। […]

You May Like

Pin It on Pinterest