
କଟକରେ ଅକ୍ଟୋବର ୧ତାରିଖ ବିଶ୍ୱ ପେନସନର ଦିବସ ମିଳିତ ଭାବେ ପାଳନ ଓ ସ୍ଵାସ୍ଥ୍ୟ,ବାସଗୃହ ଓ ସର୍ବନିମ୍ନ ପେନସନ ଆଦି ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି.…
ସଂଜୟ ଶତପଥୀ(କଟକ):ପେନସନର ମାନେ ଏକ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବା ପାଇଁ ଆବଶ୍ୟକ ସର୍ବନିମ୍ନ ପେନସନ, ଚିକିତ୍ସା ବ୍ୟବସ୍ଥା, ମାଗଣାରେ ଯାତାୟତ ଆଦି ମୌଳିକ ସୁବିଧା ଗୁଡିକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଗ୍ରାଧିକାର ଦେବାକୁ ଓ.ସି.ସି.ପି.ଆର.ଏ. ର ଆବାହକ ତଥା ଏ.ଆଇ.ପି.ଆର.ପି.ଏ.ର ଓଡିଶା ରାଜ୍ୟ କମିଟି ସମ୍ପାଦକ ରବୀନ୍ଦ୍ରନାଥ ଧଳ ଦାବି କରିଛନ୍ତି ।
ଅକ୍ଟୋବର ୧ତାରିଖ ବିଶ୍ୱ ପେନସନର ଦିବସ ଅବସରରେ କଟକ ସହରର ଖ୍ୟାତନାମା ବୟୋଜେଷ୍ଠ ଶ୍ରମିକ ନେତା ଗଜେନ୍ଦ୍ରନାଥ ମହାନ୍ତିଙ୍କ ସଭାପତିତ୍ୱରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର, ରାଜ୍ୟ,ରାଷ୍ଟ୍ରାୟତ ସଂସ୍ଥା, ବ୍ୟାଙ୍କ, ବିମା, ସାଧାରଣ ବିମା,ଔଷଧ ଶିଳ୍ପ ଓ ଇ.ପି.ଏଫ. ପେନସନର ମାନଙ୍କର ଏକ ମିଳିତ ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱ ଶ୍ରମିକ ମହାସଂଘ (WFTU) ଆହ୍ବାନକ୍ରମେ ଅକ୍ଟୋବର ୧ତାରିଖ ପାଳନ ହେଉଥିବା ବିଶ୍ୱ ପେନସନର ଦିବସର ଦାବି ହେଉଛି ସମସ୍ଥ ପେନସନରଙ୍କୁ ସର୍ବନିମ୍ନ ପେନସନ ଦେଇ ସମ୍ମାନଜନକ ଭାବେ ବଞ୍ଚିବାର ସୁଯୋଗ ପ୍ରଦାନ ଓ ମାଗଣା ସ୍ୱାସ୍ଥ୍ୟ ସେବା ସହିତ ବିନା ଅର୍ଥରେ ଚିକିତ୍ସା ବ୍ୟବସ୍ଥା, ରେଳ ଓ ବସ ରେ ରିହାତି ଯାତ୍ରା,ବାସଗୃହ ସହିତ ସ୍ୱଶ୍ଚ ପାନୀୟ ଜଳ ଯୋଗାଣ ଉପରେ ଅଗ୍ରାଧିକାର ଦେଇ ବ୍ୟବସ୍ଥା କରିବା ହେଉଛି ଏକ ଜନ ମଙ୍ଗଳକାରୀ ରାଷ୍ଟ୍ରର ଦାଇତ୍ୱ ।
ରାଷ୍ଟ୍ର କ୍ଷମତାରେ ଥିବା ଶାସକ,ପେନସନର ମାନଙ୍କ ଏହି ମୌଳିକ ଦାଇତ୍ୱ ପୂରଣ ପରିବା ପରିବର୍ତ୍ତେ ମିଳୁଥିବା ସର୍ବନିମ୍ନ ସୁବିଧା ଗୁଡିକୁ ବିଭିନ୍ନ ଆଳନେଇ ପ୍ରତ୍ୟାହାର କରାଯାଉଛି । ଏହି ଜନ ମାରଣ ଓ ପେନସନର ବିରୋଧୀ ନୀତି ଓ ଆଭିମୁଖ୍ୟ ବିରୁଦ୍ଧରେ ଐକ୍ୟ ବଦ୍ଧ ଭାବେ ସାର୍ବଜନିନ ସମସ୍ୟାଗୁଡିକ ଉପରେ ପ୍ରଭାବ ଶାଳୀ ଆନ୍ଦୋଳନ ଗଢିତୋଳିବାକୁ ସର୍ବଶ୍ରୀରାବିନାରାୟଣ ମଲ୍ଲିକ,ପ୍ରକାଶ ଚନ୍ଦ୍ର ରାୟ,ଭାଗ୍ୟଧର ବ୍ରହ୍ମା, କିଶୋର ଜେନା,ମନମୋହନ ପତି, ବିବେକାନନ୍ଦ ସାହୁ,ଗଙ୍ଗାଧର ବେହେରା,ପ୍ରଭାକର ରଣା ,ଏ ଆଇ ବି ଡି ପି ଏ ପକ୍ଷରୁ ଜଗନ୍ନାଥ ମଲ୍ଲିକ,ନିର୍ମଳ ଚନ୍ଦ୍ର ଦାସ ବକ୍ତବ୍ୟ ରଖିଥିଲା ବେଳେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ମହାସଚି ଗୋକୁଳାନନ୍ଦ ବେହେରା ଅକ୍ଟୋବର ୧୧ତାରିଖ ଭୁବନେଶ୍ୱର ଠାରେ ହେବାକୁ ଯାଉଥିବା ପେନସନର ମହାସମାବେଶରେ ବହୁସଂଖ୍ୟାରେ ଯୋଗ ଦେଇ ସଫଳ କରିବାକୁ ନିବେଦନ କରିଥିବା ବେଳେ ରେଳ ଡାକ ସେବା ବିଭାଗ ପେନସନର ସଂଘ ନେତୃତ୍ୱ ହେମନ୍ତ କୁମାର ମହାନ୍ତି ଧନ୍ୟବାଦ ଦେଇଥିବା ବିଷୟ ସାଥି ରବୀନ୍ଦ୍ରନାଥ ଧଳ ଏକ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।