ଇନ୍ଦ୍ରାଣୀ ପାଟଣାରେ ରାମଲୀଳା ମହୋତ୍ସବ ଉଦଯାପିତ….

କଟକ (ସଞ୍ଜୟ ଶତପଥୀ): ଟାଙ୍ଗି-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀ ପାଟଣା ଗ୍ରାମରେ ପ୍ରତିବର୍ଷ ପରମ୍ପରାଗତ ଭାବେ ଆୟୋଜିତ ହୋଇଆସୁଥିବା ରାମଲୀଳା ଉତ୍ସବ ଚଳିତ ବର୍ଷ ୨୨ତମ ବର୍ଷରେ ପ୍ରବେଶ କରିଛି। ଚଳିତ ବର୍ଷ ପାଞ୍ଚ ରାତ୍ର‌ ଧରି ଗ୍ରାମର ରାମଲୀଳା ମଣ୍ଡପରେ ରାମାୟଣର ବିଭିନ୍ନ ଘଟଣାକୁ ଆଧାର କରି ଭବ୍ୟ ରାମଲୀଳା ପରିବେଷଣ କରାଯାଇଥିଲା।

ପ୍ରତ୍ୟେକ ସନ୍ଧ୍ୟାରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିବାବେଳେ, ଏହି ଅବସରରେ “ବିଶ୍ୱାସ” ନାମକ ଏକ ପତ୍ରିକାର ଉନ୍ମୋଚନ ମଧ୍ୟ ହୋଇଥିଲା। ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକର ବରିଷ୍ଠ ବିଜେପି ନେତା ଶ୍ରୀ ନୟନ କିଶୋର ମହାନ୍ତି, ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଶ୍ରୀ ଦାମୋଦର ନାୟକ, ଗ୍ରାମର ବରିଷ୍ଠ ମୂରବୀମାନେ ଓ ଅନୁଷ୍ଠାନର ପରିଚାଳନା ସଭ୍ୟମାନେ ଉପସ୍ଥିତ ଥିଲେ। ସାମ୍ବାଦିକ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଗ୍ରାମର ଯୁବ ସଂଗଠକ ଶ୍ରୀ ଅମୂଲ୍ୟ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିବାବେଳେ, ଶ୍ରୀ ପ୍ରଭାତ କୁମାର ଓ ଶ୍ରୀ ରାମଚନ୍ଦ୍ର ସ୍ୱାଇଁ ମଞ୍ଚ ପରିଚାଳନାର ଦାୟିତ୍ୱ ନିର୍ବାହ କରିଥିଲେ ।

ରାମଲୀଳା ସରିବା ପରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ବେଶଭୂଷାରେ ସଜ୍ଜିତ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଏହା ସହିତ ପରମ୍ପରା ଅନୁଯାୟୀ ଦାଣ୍ଡି ଯାତ୍ରା ଓ ହଳଦୀ ଖେଳ ଆନନ୍ଦମୟ ପରିବେଶରେ ଶେଷ ହୋଇଥିଲା।

ସେୟାର କରନ୍ତୁ

Next Post

ବିଶ୍ୱଶାନ୍ତି ମହାଯଜ୍ଞରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା...

Mon Apr 20 , 2026
ଜଗସିଂପୁର(ବାସ୍ତବକଥା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କୂଳସାମନ୍ତରାୟ,ଉକୁସହି ଗ୍ରାମର ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କ ୧୮ଶ ତମ ଚତୁର୍ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିବସରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଚତୁର୍ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିବସରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ କଳସ ଶୋଭାଯାତ୍ରା ହୋଇଥିଲା।ମହାଯଜ୍ଞର ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଦୁଇ ଗ୍ରାମର ସମସ୍ତ ଗ୍ରାମବାସୀ ଦ୍ୱାରା ଘଣ୍ଟା,ଘଣ୍ଟ ମୃଦଙ୍ଗ ବାଦନ […]

You May Like

Pin It on Pinterest