ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ପୌରହିତ୍ୟରେ ଖଣ୍ଡପଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ….

ନିରଂଜନ ଦାସ(ନୟାଗଡ):- ଖଣ୍ଡପଡ଼ା ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭ ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ତହସିଲଦାର ଧୋବେଇ ନାଏକ, ଏସଡିପିଓ ବିମଳ କୁମାର ବାରିକ, ଏଡିବିଓ ସୁବାଷ ଚନ୍ଦ୍ର ସେଠୀ , ଖଣ୍ଡପଡ଼ା ଥାନା ଅଧୀକାରି ଜ୍ୟୋତିପ୍ରକାଶ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେ ଶ୍ୟାମ କାଲୋ, ଉପ ନିବନ୍ଧକ ସନ୍ତୋଷ କୁମାର ଦଳବେହେରା , ଖଣ୍ଡପଡ଼ା ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ନାରାୟଣ ଆଚାର୍ଯ୍ୟ , କୃଷି ଅଧିକାରୀ ମିଲନ କୁମାର ସ୍ୱାଇଁ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଖଣ୍ଡପଡ଼ା କଳା ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ମହୋତ୍ସବର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ଆସନ୍ତା ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ମହୋତ୍ସବ ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ ବୋଲି କଳାବିକାଶ ପରିଷଦ ସଭାପତି ପ୍ରଦୀପ୍ତ କିଶୋର ମିଶ୍ର ବୈଠକରେ ଘୋଷଣା କରିଥିଲେ।

ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ, ପଞ୍ଚାୟତ ଲୋକ ପରତିନିଧିମାନେ ସମ୍ମତି ପ୍ରଦାନ କରିଥିଲେ। କଳାବିକାଶ ପରିଷଦର ଉପଦେଷ୍ଟା ରମେଶ କୁମାର ମହାନ୍ତି ମହୋତ୍ସବ ଆୟୋଜନର ରୂପରେଖ ଓ ବ୍ୟୟ ଅଟକଳ ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ଗଣମାଧ୍ୟମର ପ୍ରତିନିଧିମାନେ ମହୋତ୍ସବ କିପରି ସରସ ସୁନ୍ଦର ହୋଇପାରିବ ସେ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ । କଳାବିକାଶ ପରିଷଦର ସମସ୍ତ ସଦସ୍ୟ ଓ ସ୍ବେଛସେବୀମାନେ ବୈଠକ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

ସେୟାର କରନ୍ତୁ

Next Post

ମକରାନନା କ୍ଲିନିକ ରେ bsky କାର୍ଡ ରେ ଚଞ୍ଚକତା ଅଭିଯୋଗ....

Sat Nov 25 , 2023
ସ୍ଵତନ୍ତ୍ର ପ୍ରତିନିଧି(କେନ୍ଦ୍ରାପଡ଼ା):-କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବସପୁର ଗ୍ରlମ ର କଳ୍ପନା ବାରିକଙ୍କର କିଛି ଦିନ ତଳେ, ଚାନ୍ଦୋଳ ସ୍ଥିତ ମକରାନନା କ୍ଲିନିକରେ ଏକ ଟିଉମର ଅପରେସନ ହେବାପରେ ସମ୍ପୂର୍ଣ ଖର୍ଚ୍ଚ ପଚିଶି ହଜାର ଦୁଇ ସହ ଟଙ୍କା ହୋଇଥିଲା ।ଯାହାକି ରାଜ୍ୟ ସରକାର ଙ୍କ ବିଜୁ ସ୍ଵାସ୍ତ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ bsky କାର୍ଡ ରୁ ଖର୍ଚ୍ଚ ହୋଇଥିଲl।ଅପରେସନ ବାବଦକୁ ଏକୋଇଶି ହଜାର ଟଙ୍କା ଓ ରକ୍ତ ଭଣ୍ଡାର […]

You May Like

Pin It on Pinterest