
ସଂଜୟ ଶତପଥୀ(କଟକ): ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରମାନଙ୍କ ଶହୀଦତାକୁ ସ୍ମରଣ କରିବା ପାଇଁ ଗତ ବର୍ଷ ଠାରୁ ସାରା ଦେଶରେ ୨୬ ଡିସେମ୍ବର କୁ ବୀର ବାଲ୍ ଦିବସ ରୁପେ ପାଳନ କରାଯାଉଛି।ଏହି ଅବସରରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ସ୍ଵାଧୀନତାର ସୁବର୍ଣ୍ଣଯୁଗରେ ‘ବୀର ବାଲ ଦିବସ’ ଆକାରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।ଗୁରୁ ଗୋବିନ୍ଦ ସିଂ ଏବଂ ତାଙ୍କର ଚାରି ପୁଅଙ୍କ ସାହସିକତା ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଥାଏ।ଏହି ଦିନ ସେହି ବୀରମାନଙ୍କ ସାହସିକତା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ନିଜର ଅଭିଭାଷଣ ରଖିଥିଲେ।
ଭାଜପା ବାରବାଟି କଟକ ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ମେରିଆ ବଜାର ଉଷା କମ୍ପାନୀ ସମ୍ମୁଖରେ ସକାଳ ୯ଟା ସମୟରେ ଗୁରୁ ଗୋବିନ୍ଦ ସିଂ ଙ୍କ ଦୁଇ ରାଜ ପୁତ୍ର ବାବା ଜୋରାବର ସିଂ ଓ ବାବା ଫତେ ସିଂଙ୍କ ସହିଦ ଦିବସ ପାଳନ ଉପଲକ୍ଷେ ବୀର ବାଲ ଦିବସ କାର୍ଯ୍ୟକ୍ରମ ଏହି ଅଞ୍ଚଳରେ ରହୁଥିବା ଶିଖ୍ ପରିବାର ଭାଇ ଭଉଣୀ ମାନଙ୍କ ଗହଣରେ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କଟକସ୍ଥିତ ଗୁରୁଦ୍ୱାରା ର ପୂର୍ବତନ ସଭାପତି ତଥା ବର୍ତ୍ତମାନର ପରାମର୍ଶଦାତା ଅବତାର ସିଂ, ଶିଖ୍ଏଡ୍ସ ର ସମ୍ପାଦକ ପବନୀତ୍ ସିଂ,କଟକ ନଗର ବିଜେପି ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ,ମନଜିତ୍ କୌର,ଇନ୍ଦରଜିତ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରବୀଣା ମହାପାତ୍ର,କିଶୋର ମଙ୍ଗରାଜ,କଲ୍ୟାଣୀ ଦାସ,ସୁଶ୍ରୀ ରାଜନନ୍ଦିନୀ,ଶରତ ଭୋଳ, ଜଗନାଥ ମୁଖାର୍ଜି,ନିତାଇ ନନ୍ଦ,ଶ୍ରୀନିବାସ ରେଡ୍ଡୀ,ସଦାନନ୍ଦ ବିଶ୍ଵାଳ,ଅନୁପମ୍ ଦାସ,ପାରସ ଶାହା, ବଳରାମ ହାତୀ,ସୁଶିଲ ସ୍ଵାଇଁ,ଶୁଭମ ହାତୀ,ନିଖିଲ ହାତୀ,ସାହିଲ ହାତୀ,ଦାଶରଥି ବେହେରା,ସମ୍ବିତ ମହାନ୍ତି, ସନ୍ତୋଷ ପୃଷ୍ଟି, ନୀଳକଣ୍ଠ ସ୍ୱାଇଁ,ସୁରଜ୍ ଜେନା,ୱାଇ ତରୁନ ରାଓ,ରୁଦ୍ରନାରାୟଣ ସ୍ୱାଇଁ,କୁନାଲ ହାତୀ ଙ୍କ ସମେତ ବିଜେପି ର ୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ବାରବାଟୀ ମଣ୍ଡଳ ର ସାଧାରଣ ସଂପାଦକ ବିଶ୍ବଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ନାରାୟଣ ନାୟକ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।