ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣଭାରିପଡିଲା…

ପୁରୀ(ଜୟକୃଷ୍ଣ ଦାସ): ଆଜି ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ୍ ଉଡ଼ୁଥିବା ସମ୍ପର୍କରେ ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା।

ପୋଲିସ ଟିମ୍ ତତ୍କ୍ଷଣାତ୍ ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍‌ଟିକୁ ସଫଳତାର ସହ ଜବତ କରାଯିବା ସହ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତି ଜୟକୃଷ୍ଣ ମଣ୍ଡଳ, କଲିକତା ର ଯୁବକ ଅଟକ । ଘଟଣାରେ ବ୍ୟବହୃତ ଡ୍ରୋନ୍‌ଟିକୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୀ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ଶ୍ରୀମନ୍ଦିର ଓ ଏହାର ସୁରକ୍ଷିତ ପରିସରରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ।

ସେୟାର କରନ୍ତୁ

Next Post

ଦୁର୍ନୀତିରେ ବୁଡିଥିବା ଲୋକ ନେତା ହୋଇପାରେନା....

Thu Jul 9 , 2026
ପୁରୀୁ(ଜୟକୃଷ୍ଣ ଦାସ): ପୁରୀ ଜିଲ୍ଳାର ଏକ ନିର୍ଦ୍ଧିଷ୍ଟ ଦଳ ର ଜିଲ୍ଲା ସଭାପତି,ନିଜେ ଦୁର୍ନିତୀ ରେ ବୁଡି ରହୁଥିବା ବେଳେ, ନିଜକୁ ନିଜେ ଦୁର୍ନୀତି ମୁକ୍ତ ରାଜନେତା ବୋଲି କହି ହେଉଛନ୍ତି l ଫେସବୁକ୍, ଇନ୍-ଷ୍ଟାଗ୍ରାମ ରେ ନିଜକୁ ନିଜେ ସଚ୍ଚୋଟ ନେତା କହି ହେଉଛନ୍ତି ଏବଂ ବିଜେପି ସରକାର କୁ ବଦନାମ୍ କରିବା ପାଇଂ ଲାଗି ପଡିଛନ୍ତି l ବିଭିନ୍ନ ଆଳରେ ସରକାରୀ ଅଫିସର ମାନଙ୍କୁ ବିଭିନ୍ନ ଉପାୟରେ […]

You May Like

Pin It on Pinterest