ଦୁର୍ନୀତିରେ ବୁଡିଥିବା ଲୋକ ନେତା ହୋଇପାରେନା….

ପୁରୀୁ(ଜୟକୃଷ୍ଣ ଦାସ): ପୁରୀ ଜିଲ୍ଳାର ଏକ ନିର୍ଦ୍ଧିଷ୍ଟ ଦଳ ର ଜିଲ୍ଲା ସଭାପତି,ନିଜେ ଦୁର୍ନିତୀ ରେ ବୁଡି ରହୁଥିବା ବେଳେ, ନିଜକୁ ନିଜେ ଦୁର୍ନୀତି ମୁକ୍ତ ରାଜନେତା ବୋଲି କହି ହେଉଛନ୍ତି l ଫେସବୁକ୍, ଇନ୍-ଷ୍ଟାଗ୍ରାମ ରେ ନିଜକୁ ନିଜେ ସଚ୍ଚୋଟ ନେତା କହି ହେଉଛନ୍ତି ଏବଂ ବିଜେପି ସରକାର କୁ ବଦନାମ୍ କରିବା ପାଇଂ ଲାଗି ପଡିଛନ୍ତି l

ବିଭିନ୍ନ ଆଳରେ ସରକାରୀ ଅଫିସର ମାନଙ୍କୁ ବିଭିନ୍ନ ଉପାୟରେ ଡରାଇ, ଭୟଭିତ କରାଇବାକୁ ଚେଷ୍ଟା କରି ଏବଂ ଚୋର ଭାବରେ ଲୁଚି-ଛପି ଫଟୋ ଭିଡିଓ କରି, ଏବଂ ଯେଉଂଠାରେ ସଧାରଣ ଗରିବ ମଧ୍ୟବିତ ଲୋକ ବାସସ୍ଥାନ ଖଣ୍ଡେ କରୁଥାଏ, ସେମାନଙ୍କୁ ବିଭିନ୍ନ ଆଇନ କାନୁନର ସତମିଛ ଡର ଭୟ ଦେଖାଇ, ଧମକ ଚମକ ଦେଖାଇ, ତାପରେ, କଂପରମାଇଜ କରିଦେବା ର ପ୍ରସ୍ତାବ ଦେଇ ଟଙ୍କା ଆଦାୟ କରୁଥାନ୍ତି,କିନ୍ତୁ ଯେଉଂଠି କିଛି ଅସାଧୁ, ପ୍ରଭାବଶାଳୀ ବ୍ୟକ୍ତିମାନେ ବଡ଼ ବଡ଼ ହୋଟେଲ, ଆପାର୍ଟମେଣ୍ଟ କରୁଥାନ୍ତି, ମାଡ ଖାଇବା ଭୟରେ ବାବୁ ସେଠାକୁ ଯାଆନ୍ତି ନାହିଁ।

କାରଣ ପ୍ରଭାବଶାଳୀ ଲୋକ ମାନଙ୍କୁ କିଛି କହିପାରିବାକୁ ଏମାନଙ୍କର ସତ୍ ସାହାସ ନାହିଁ l କିଛି କିଛି ଯାଗାରେ ଏହି ବ୍ୟକ୍ତି ଯଦି କେତେବେଳେ କୌଣସି ରାଜନେତା, ଅଫିସର ବିରୁଦ୍ଧରେ, ଫେସବୁକ, ହ୍ୱାଟ୍ସଅପ, ଇନଷ୍ଟା ରେ ପକାଇ ମଧ୍ୟ ଦେଇ ଭୟଭିତ କରାଇବା ପରେ, କୌଣସି ବ୍ୟକ୍ତି ଏ ବିଷୟରେ ପଚାରିବାକୁ ଫୋନ କରେ,ଏହି ନେତା ଫୋନ୍ ସୁଇଜି-ଅଫ୍ କରି ଦିଅନ୍ତି।କିଛି ସମୟ ପରେ ଏହି ନେତା, ୱାଟ୍ସଅପ- କଲ୍ କରି କହନ୍ତି, ମୁଁ ଆପଣଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗ ବନ୍ଦ କରିଦେବି, ଆଉ ଆଗୁକୁ ଯିବିନି ବୋଲି କହି, ଗୋଡ଼ ତଳେ ପଡି ଯିବାର ଅଭିନୟ କରିକି ତାଙ୍କ ଚତୁରାମି, ଚିକଣ କଥା କହି, ତାଙ୍କଠାରୁ ମଧ୍ୟ ମୋଟା ଆକାରରେ ଟଙ୍କା ଆଦାୟ କରନ୍ତି l

ଜନସାଧାରଣରେ ଚର୍ଚ୍ଚା ହେଉଛି ଏ ବ୍ୟକ୍ତି କୁ ପୁରୀ ଜିଲ୍ଲାଶାଖା ର ଦଳ ମୁଖିଆ କିପରି କରାଯାଇଛି ? ପୁରୀ ପରି ଜଗନ୍ନାଥ ଧାମରେ ଜିଲ୍ଲା ସଭାପତି ପଦ ଦେଇଛନ୍ତି ? ବର୍ତ୍ତମାନ ଏହି ନେତା-ରୁପି ଦଲାଲ୍ ପୁରୀ ଜିଲ୍ଲାର ଜିଲ୍ଲାପାଳ ଏଵଂ ପୁରୀ ର ବିଧାୟକ ଓ ଓଡିଶା ସରକାର ମୁଖିଆ ବୋଲି ନିଜକୁ ଭାବି ସାରିଲେଣି ।ସରକାର ନଜର ଦେଲେ ଗରିବ ଲୋକ ମାନେ ହଇରାଣ ହୁଅନ୍ତେ ନାହିଁ।

ସେୟାର କରନ୍ତୁ

Next Post

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସତ୍ୟବାଦୀରେ ବନ ମହୋତ୍ସବ....

Thu Jul 9 , 2026
ପୁରୀ(ଜୟକୃଷ୍ଣ ଦାସ): ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁଜିମା ହିଁ ଏକମାତ୍ର ବିକଳ୍ପ। ଏହି ବାର୍ତ୍ତାକୁ ପାଥେୟ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ଜାତୀୟ ବନ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ […]

You May Like

Pin It on Pinterest