
ନିଶ୍ଚନ୍ତକୋଇଲି(ବାସ୍ତବ କଥା):ମାହାଙ୍ଗା ବ୍ଲକ ଅନ୍ତର୍ଗତ ମାହାଙ୍ଗା ପଂଚାୟତ ସ୍ଥିତ ମାହାଙ୍ଗା ଗ୍ରାମୀଣ ହାଟ ଓ ପର୍ଶୁରାମପୁର ଅଙ୍ଗନୱାଡି କେନ୍ଦ୍ରକୁ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି I
ଏହି ହାଟ ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଅଂଚଳର ବହୁ ଚାଷୀ ମାନେ ଅମଳ କରୁଥିବା ଫସଲ ବିକ୍ରୟ କରିପାରିବେ ବୋଲି କହିବା ସହ ଅଙ୍ଗନୱାଡି ଗୃହ ନିର୍ମାଣ ହେବା ଦ୍ୱାରା କୁନି କୁନି ପିଲାମାନେ ଭଲ ଭାବେ ପାଠ ପଢିପାରିବେ I ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ତୃପ୍ତି ରଂଜିତା ଶତପଥି,ପୂର୍ବତନ ସରପଞ୍ଚ ଶ୍ରୀ ଅଜୟ ନାୟକ, ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ବିଜୟ କୁମାର ଜେନା, ଶ୍ରୀ ଗୌତମ ଲାଲା, ଶ୍ରୀ ପ୍ରସନ୍ନଜିତ ସିଂହ, ଶ୍ରୀ ଧିରେନ ଦାସ, ଶ୍ରୀ ମନୋରଞ୍ଜନ ବିଶ୍ଵାଳ, ଶ୍ରୀ ଭକ୍ତଚରଣ ସ୍ୱାଇଁ, ଶ୍ରୀ ମନୋରଞ୍ଜନ ନାୟକ, ଶ୍ରୀ କିଶୋର ରାଉତ, ସମିତି ସଭ୍ୟ ଶ୍ରୀ ସୁରେନ୍ଦ୍ର ମହାନ୍ତି, ଶ୍ରୀ ପ୍ରକାଶ ନାୟକ, ସହାୟିକା ଶ୍ରୀମତୀ ମଞ୍ଜୁଲତା ଦାସ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।


