ଘରେ ଘରେ ତ୍ରୀରଙ୍ଗା ସଚେତନତା ରାଲି…

କାକଟପୁର(ମାନସ ସାମଲ)୧୪/୦୮-ଦେଶ ସ୍ୱାଧିନତା ପ୍ରାପ୍ତିର ୭୯ ବର୍ଷ ପୂର୍ତ୍ତୀ ଅବସରରେ,ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ, ଦେଶର ସ୍ୱାଧିନତା ସଂଗ୍ରାମୀ ମାନଙ୍କ ସାହାସ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟକ୍ରମ ଘରେ ଘରେ ତ୍ରୀରଙ୍ଗା ସଚେତନତା ରାଲି ଆଜି କାକଟପୁର ବ୍ଲକରେ ଅନୁଷ୍ଠିତ ହୋଇଯାଇଛି।

ବନ୍ଦେ ମାତରଂର ଭାବନା ପ୍ରତି ସମର୍ପିତ ହୋଇ କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦିକ୍ଷୀତିଙ୍କ ତତ୍ବାବଧାନରେ ଏକ ରାଲି ବ୍ଲକ ପରିସରରୁ ବାହାରି ବଜାର ପରିକ୍ରମା କରି ପବିତ୍ର ପ୍ରାଚୀନଦୀ ତଟରେ ଥିବା ପୌରାଣିକ ବିଶ୍ୱାମିତ୍ର ଆଶ୍ରମରେ ପହଂଚିଥିଲା।ବ୍ଲକ ସ୍ତରୀୟ ମହିଳା ସଂଗଠନର ସଭାନେତ୍ରୀ ଚାଋଲତା ଖୁଣ୍ଟିଆ ଓ ସମ୍ପାଦିକା ଲିଲିପ୍ରିୟା ସାହୁଙ୍କ ନେତୃତ୍ୱରେ ୧୬ଗୋଟି ପଂଚାୟତ ମହିଳା ସଂଗଠନର କର୍ମକର୍ତ୍ତା, ବ୍ଲକର ସମସ୍ତ କର୍ମଚାରୀ, ସାଧାରଣ ଜନତାଙ୍କ ସମେତ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ବିପିଏମ ଶୁଶ୍ରୀ ମଧୁଛନ୍ଦା ପ୍ରଧାନ ଓ ଶିକ୍ଷକ ନେତା ତ୍ରୀଲୋଚନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।

ସେୟାର କରନ୍ତୁ

Next Post

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା…

Fri Aug 14 , 2026
କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ)୧୪/୮: ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ , ଜିଲ୍ଲାପାଳ ରଘୁରାମ ଆର ଆୟର,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା,, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଏହି କ୍ୟାଣ୍ଡଲ ଶୋଭାଯାତ୍ରା […]

You May Like

Pin It on Pinterest