ବେଲଦା ଗ୍ରାମର ସମସ୍ତଙ୍କ ସହଯୋଗରେ ମନେରଗା ଡ୍ରେନ କାର୍ଯ୍ୟ…

ଆନନ୍ଦପୁର(ବାସ୍ତବ କଥା): ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମପଞ୍ଚାୟତ ବେଲଦା ଗ୍ରାମର ରାସ୍ତା ସାଇଡ ରେ ଡ୍ରେନେଜ ସମସ୍ୟା ଦୀର୍ଘ ଦିନ ହେବ ଲାଗିରହିଥିଲା। ଯେଉଁ ସମସ୍ୟା କୁ ଆଖି ଆଗରେ ରଖି ଆନନ୍ଦପୁର ବ୍ଲକ ବିଡ଼ିଓ ମନୋଜ କୁମାର ମହାନ୍ତ ନିର୍ଦେଶ ରେ ୯ ଲକ୍ଷ ୫୦ହଜାର ଟଙ୍କା ଅନୁମୋଦନ କରିଥିଲେ ।

ଡ୍ରେନେଜ କାର୍ଯ୍ୟ କନିଷ୍ଠ ଯନ୍ତ୍ରୀ ଙ୍କ ଏଷ୍ଟିମେଣ୍ଟ ସହ ଗ୍ରାମବାସୀଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।

ଆନନ୍ଦପୁର ଅଞ୍ଚଳ ର କିଛି ନିର୍ଦ୍ଧିଷ୍ଟ ଅପପ୍ରଚାର ଷଡଯନ୍ତ୍ର କାରୀ ମନ୍ଦ ଉଦ୍ଦେଶ୍ୟ ରଖି ବେଲଦା ଗ୍ରାମ ଭିତରେ ପ୍ରବେଶ କରି ଡ୍ରେନେଜ କାର୍ଯ୍ୟ ଜଣା ନଥିବା ମଦ୍ୟପ ବ୍ୟକ୍ତି ଙ୍କ ଠାରୁ ମିଥ୍ୟା ଖବର ସଂଗ୍ରହ କରି,ଯେଉଁ ପ୍ରଚାର ପ୍ରସାର କରିଛନ୍ତି ତାହା କୌଣସି ସତ୍ୟତା ନାହିଁ ।ଗ୍ରାମର ୱାର୍ଡ ମେମ୍ବର ସହ, ଗ୍ରାମ ବାସୀଙ୍କ ଅଭିଯୋଗ ଯାହାକୁ ନେଇ ଖବର ସଂଗ୍ରହ କାରୀ ମିଥ୍ୟା ଖବର ପରି ପ୍ରକାଶ କରିଛନ୍ତି,ସେହି ଅଭିଯୋଗ କାରୀଙ୍କ ନିଜ ପୁଅ କୁହନ୍ତି ବାପା ନିଶା ଖାଇ ଅପପ୍ରଚାର କାରୀଙ୍କ ବୁମ ଆଗରେ ଡ୍ରେନେଜ କାର୍ଯ୍ୟ ର ବିରୁଦ୍ଧରେ କହିଛନ୍ତି।

ବେଲଦା ଗ୍ରାମର ଗ୍ରାମବାସୀ ଅଭିଯୋଗ ୱାର୍ଡ ମେମ୍ବର ପାଖରୁ କୌଣସି ସହମତି ନ ନେଇ ପ୍ରଚାର ପ୍ରସାର କରିବା ଆଇନ ଗତ ଅପରାଧ ଅଟେ। ଏଭଳି ମିଛ ପ୍ରସାରଣ କୁ ଶାଳବଣି ଗ୍ରାମ ପଞ୍ଚାୟତ ଓ ବେଲଦା ଗ୍ରାମ ଗ୍ରାମବାସୀ ପ୍ରତ୍ୟାଖାନ କରିଛନ୍ତି।

ସେୟାର କରନ୍ତୁ

Next Post

ସେପ୍ଟେମ୍ବର ୧୨ରେ 'ରୁଚି' ପ୍ରତିଭା ସମାରୋହ...

Sun Sep 6 , 2026
ଶ୍ରେଷ୍ଠ ଓ ଶୀର୍ଷ ଓଡ଼ିଆଙ୍କ ସମେତ ନବସୃଜନ ହେବେ ସମ୍ମାନିତ କଟକ(ସଞ୍ଜୟ ଶତପଥୀ) : ସୁଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ଏବଂ ଦେଶର କୃତବିଦ୍ୟା ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚ ରେ ସମ୍ମାନିତ କରି ପ୍ରତିଭା ପୂଜନ କ୍ଷେତ୍ରରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିବା ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଚଳିତବର୍ଷର ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ । ସାନ୍ତାଳୀ ଭାଷାର ବିଶିଷ୍ଟ […]

You May Like

Pin It on Pinterest