ବ୍ଲକସ୍ତରୀୟ ସାଂସ୍କୃତିକ ମହୋତ୍ସବ…

କଳାକାରମାନଙ୍କୁ ମାଦଳ, ନଗଡ଼ା ଓ ଶାଢ଼ୀ ବଣ୍ଟନ; ୬୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ।

ଲଇକେରା/ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଠିଠେଇମାଲ ଠାରେ ବ୍ଲକସ୍ତରୀୟ ସାଂସ୍କୃତିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଥିଲେ। ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସିଡିଓ ତଥା ଇଓ ଶ୍ରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ, ଏସଡିସି ଅଧ୍ୟକ୍ଷ ଶ୍ରୀ ସାମଲ ନାଏକ, ଏସଡିସି ଉପାଧ୍ଯକ୍ଷ ଶ୍ରୀମତୀ ସଂଯୁକ୍ତା ଓରାମ ଏବଂ ଲଇକେରା ବିଡ଼ିଓ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ଥାନୀୟ କଳା ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ପ୍ରାୟ ୬୦୦ରୁ ଅଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ। ଏହି ମହୋତ୍ସବ ଆମ ଅଞ୍ଚଳର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଓ ଲୋକକଳାର ଅନନ୍ୟ ପ୍ରତିଫଳନ। ଏଭଳି ଆୟୋଜନ ଆମ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହିତ ସ୍ଥାନୀୟ କଳାକାରମାନଙ୍କ ପ୍ରତିଭାର ବିକାଶ ଏବଂ ନୂତନ ପିଢ଼ି ମଧ୍ୟରେ ପରମ୍ପରା ପ୍ରତି ଆଗ୍ରହ ଓ ଆତ୍ମୀୟତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆମର ଏହି ଗୌରବମୟ ସାଂସ୍କୃତିକ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ କଳା ଓ ସଂସ୍କୃତିର ସର୍ବାଙ୍ଗୀଣ ବିକାଶ ଦିଗରେ ଏପରି ମହୋତ୍ସବ ସର୍ବଦା ପ୍ରେରଣା ଯୋଗାଇବ।”

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସାଂସ୍କୃତିକ ଦଳ ତଥା ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମାନ୍ୟବର ବିଧାୟକଙ୍କ ଦ୍ୱାରା ପାରମ୍ପରିକ ବାଦ୍ୟଯନ୍ତ୍ର ଯଥା ମାଦଳ, ନଗଡ଼ା ଏବଂ ଶାଢ଼ୀ ବଣ୍ଟନ କରାଯାଇଥିଲା। ପରିଶେଷରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସେୟାର କରନ୍ତୁ

Next Post

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସତର୍କତା ; ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ସମୀକ୍ଷା...

Sun Oct 25 , 2026
–ଆଜି ଠାରୁ ଜିଲ୍ଲା, ତହସିଲ ଏବଂ ବ୍ଲକ ସ୍ତରରେ ୨୪/୭ କାର୍ଯ୍ୟକ୍ଷମ ହେଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର –୨୭, ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା – ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ –ଜିଲ୍ଲାବାସୀଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ପ୍ରଶାସନର ନିବେଦନ ଝାରସୁଗୁଡ଼ା(ବାସ୍ତବ କଥା):୨୫/୧୦-ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ପ୍ରବଳ ବର୍ଷା ପରିସ୍ଥିତିର ମୁକାବିଲା ଲାଗି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ […]

You May Like

Pin It on Pinterest