ପିଏମ ଶ୍ରୀ ହରିହର ହାଇ ସ୍କୁଲ୍ ଶିକ୍ଷୟତ୍ରୀ ରଶ୍ମି ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ

କୁଆଁରମୁଣ୍ଡା(ଡ.ଅମୁଲ୍ୟ କୁମାର ଜେନା): ବ୍ଲକ ସଦର ମହକୁମାରେ ଥିବା ପିଏମ ଶ୍ରୀ ହରିହର ହାଇ ସ୍କୁଲ ତଥା କୁଆଁରମୁଣ୍ଡା ମାଟି ପୁଣି ଥରେ ଗର୍ବରେ ମୁଣ୍ଡ ଟେକିଲା।କାରଣ ଆମ ଜିଲ୍ଲା କୁତ୍ରା ବ୍ଲକ ଗୋମାର୍ଡିହି ଗ୍ରାମର ଝିଅ ତଥା ବର୍ତ୍ତମାନର ପିଏମ ଶ୍ରୀ ହରିହର ହାଇସ୍କୁଲର ଶିକ୍ଷୟିତ୍ରୀ ରଶ୍ମି ଜୟପୁରିଆ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।ଆଜି ସାରା ଓଡ଼ିଶାରେ କୁଆଁରମୁଣ୍ଡାର ନାଁ ଉଜ୍ଜ୍ୱଳ କରିଛନ୍ତି ରଶ୍ମି ।

ଏହା ଖାଲି ଏକ ପୁରସ୍କାର ନୁହେଁ, ଏହା ହେଉଛି ଜଣେ ଗୁରୁଙ୍କ ତ୍ୟାଗ, ନିଷ୍ଠା ଆଉ ଭଲ ପାଇବାର ସମ୍ମାନ ,ରଶ୍ମିତା ମ୍ୟାଡମ୍ କେବଳ ବହି ପଢ଼ାନ୍ତି ନାହିଁ, ସେ ପିଲାମାନଙ୍କ ମନ ପଢ଼ନ୍ତି। ଯେଉଁ ପିଲା ପାଠରେ ପଛରେ, ତାକୁ ସାହାସ ଦିଅନ୍ତି। ଯେଉଁ ପିଲା ସ୍ୱପ୍ନ ଦେଖିବାକୁ ଡରେ, ତାକୁ ସ୍ୱପ୍ନ ଦେଖାନ୍ତି। ତାଙ୍କ କ୍ଲାସରେ ପିଲାମାନେ କେବେ ଭୟ କରନ୍ତିନି, ସେମାନେ ଖୁସିରେ ଶିଖନ୍ତି। ସେ ଜଣେ ନିଷ୍ଠାପର ଶିକ୍ଷୟତ୍ରୀ ଭାବେ ସୁପରିଚିତ ।ଜଣେ ଗୁରୁ ଯେତେବେଳେ ପିଲା ମାନଙ୍କୁ ନିଜ ସନ୍ତାନ ଭଳି ଭଲ ପାଆନ୍ତି ,ଭଗବାନ ବି ତାଙ୍କୁ ଆଶ୍ରିବାଦ ଦିଅନ୍ତି ।

ରଶ୍ମିତା ମ୍ୟାଡାମ ସେହି ଗୁରୁ । ତାଙ୍କ ହସରେ ପିଲାମାନେ ସାହସ ପାଆନ୍ତି ,ତାଙ୍କ କଥାରେ ପିଲାମାନେ ସ୍ବପ୍ନ ଦେଖନ୍ତି ।ସେହି ମହାନ୍ ଶିକ୍ଷୟତ୍ରୀ କୁତ୍ରା ବ୍ଲକ ଗୋମାର୍ଡିହି ଗ୍ରାମର ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରି ଶିକ୍ଷ୍ୟା କ୍ଷେତ୍ରରେ ଇଂରାଜୀ ରେ ସ୍ନାତକୋତ୍ତ ସହିତ ବିଇଡି କରି ତାଙ୍କର ପ୍ରଥମ କର୍ମଜୀବନ ପିଏମ ଶ୍ରୀ ହରିହର ହାଇ ସ୍କୁଲ ରେ ୨୦୨୧ ମସିହା ରେ ଡିସେମ୍ବର ରେ ଆରମ୍ଭ କରିଥିଲେ । ତାଙ୍କ ବାପା ଜଣେ ଚାଷୀ ,ମା ଗୃହିଣୀ କିନ୍ତୁ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ଶିକ୍ଷା ପ୍ରତି ବଢିଥିଲା । ସେ ପିଲା ଦିନେ ଜଣେ ସାଧାରଣ ପରିବାର ରୁ ବଡ ଚାକିରି ଆଶା ନକରି ସେ ଶିକ୍ଷକତା କୁ ବାଛିଥିଲେ ।

ଆଜି ସେ ହରିହର ହାଇ ସ୍କୁଲରେ ମଧ୍ୟ କାର୍ଯ୍ୟରତ ଅଛନ୍ତି ।ରଶ୍ମିତା ମାମ ଙ୍କ ନିଷ୍ଠା ର ଶିକ୍ଷାଦାନ ପାଇଁ ୨୦୨୩ ମସିୟାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିଲେ। କିନ୍ତୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଯେତେବେଳେ ରାଜ୍ୟ ସ୍ତରୟ ମଞ୍ଚରେ ତାଙ୍କ ନାଁ ଘୋଷଣା ହେଲା, ସାରା ସଭା ସ୍ଥଳୀ ତାଳିରେ ଫାଟି ପଡ଼ିଲା। ରଶ୍ମିତା ଙ୍କ ଆଖିରେ ଲୁହ, ମୁହଁରେ ହସ ନେଇ କହିଲେ ଏ ପୁରସ୍କାର ମୋର ନୁହେଁ, ଏହା ମୋ ପିଲାମାନଙ୍କର, ମୋ ସ୍କୁଲର, ମୋ କୁଆଁରମୁଣ୍ଡାର ପିଏମ ଶ୍ରୀ ହରିହର ହାଇ ସ୍କୁଲ ରଏ କଥା ଶୁଣି ସମସ୍ତଙ୍କ ହୃଦୟ ଛୁଇଁ ଯାଇଥିଲା । ସମସ୍ତ ଦର୍ଶକ ସ୍ତବ୍ଧ ହୋଇଯାଇଥିଲେ ।

ଆଜି ଜିଲ୍ଲାର କୋଣ ବିକୋନରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି। ଆଜି ସାରା ଓଡ଼ିଶା କହୁଛି କୁଆଁରମୁଣ୍ଡା ରେ ଜଣେ ସୁରଭି ଅଛନ୍ତି ,ଯାହା ନା ରଶ୍ମି ।

ସେୟାର କରନ୍ତୁ

Next Post

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ଓ ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ

Mon Nov 16 , 2026
ଯୋଜନାରେ ସାମିଲ ହେବେ ନୂତନ ଯୋଗ୍ୟ ହିତାଧିକାରୀ ସୁବର୍ଣ୍ଣପୁର(ୟୁଧିଷ୍ଟିର ସାହୁ): ଗ୍ରାମାଞ୍ଚଳର ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କାର ଗୃହ ନିର୍ମାଣ ସହାୟତା ପ୍ରଦାନ କରାଯାଉଛି। ଆଜି ବଲାଙ୍ଗୀର ଜିଲ୍ଲାର ପଥରଚେପା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମରେ […]

You May Like

Pin It on Pinterest