ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ,ରାୟଗଡ଼ ଜିଲ୍ଲାର ସଫ୍ଟ ବଲ୍ ଓ ବେସ୍ ବଲ୍ ଖେଳାଳି…

ରାୟଗଡ(ପ୍ରଭାକର ରତ୍ନାଲୁ):ଚଳିତ ବର୍ଷ ରାୟଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ାରେ ସଫ୍ଟ ବଲ ଓ ବେସ୍ ବଲ୍ ଟିମ୍ ବାଲେଶ୍ୱରରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।
ଆଜି ରାତି ବାଲେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦଳ।
ଚଳିତ ବର୍ଷ ରାଜ୍ୟସ୍ତରୀୟ ସଫ୍ଟ ବଲ୍ ଓ ବେସ୍ ବଲ୍ ପ୍ରତିଯୋଗିତା ଚଳିତ ମାସ ୧୫ତାରିଖ ଠାରୁ ଆରମ୍ଭ ହୋଇ ୧୭ତାରିଖ ପର୍ୟ୍ୟନ୍ତ ଚାଲିବ।
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାୟଗଡ଼ ଜିଲ୍ଲାରୁ ୧୬ ଜଣିଆ ବାଳକ ଦଳ ଓ ୧୬ ଜଣିଆ ବାଳିକା ଦଳ ଚୟନ ହୋଇଛନ୍ତି। ଏହି ଟିମ୍ ସହିତ ମୁଖ୍ୟ କୋଚ୍ ଭାବେ ରାଜେଶ୍ ବାରିକ, ସ୍ୱାଧୀନ କୁମାର ଦାସ, ଉମାକାନ୍ତ ଶବର ଏବଂ ପାୟେଲ ମାଝି ଦାୟିତ୍ୱ ନିଭାଇବେ।
ସୁଚନା ଅନୁସାରେ ରାୟଗଡ଼ ଜିଲ୍ଲା ଏଥି ପୁର୍ବରୁ ନିଜର ଦବ ଦବା ବଜାୟ ରଖିଛି। ପୂର୍ବ ବର୍ଷ ରାୟଗଡ଼ ଜିଲ୍ଲା ରାଜ୍ଯ ସ୍ତରରେ ସଫ୍ଟ ବୋଲ ଓ ବେସ୍ ବୋଲ ରେ ଉଭୟ ବାଳକ ଓ ବାଳିକା ବିଭାଗ ଦଳ ରୋନର୍ସ ଅପ୍ ହୋଇଥିଲା। କୋଚ୍ ମାନଙ୍କ ସୁଚନା ପ୍ରକାରେ ବର୍ତ୍ତମାନ ମଧ୍ୟ ଏହି ଦଳରେ ଜାତିୟ ସ୍ତରରେ ଖେଳିଥିବା ଖେଳାଳି ଅଛନ୍ତି। ଜାତୀୟ ସ୍ତରରେ ସଫ୍ଟ ବୋଲ ଖେଳିଥିବା ଖେଳାଳି ମାନଙ୍କ ମଧ୍ୟରେ ସଂଜିପ ପ୍ରସ୍କା, କରିସ୍ମା ହିମିରିକା, ପ୍ରିୟଙ୍କା ପେରିସିକା, ଶ୍ରୁତି ପେରିଶିକା, ବନିତା ମାଣ୍ଡିକା, ଶୁଭଶ୍ରୀ ପେରିଶିକା ପ୍ରମୁଖ ରହିଛନ୍ତି। ସେହିପରି ବାଳକ ଦଳରେ ହେମନ୍ତ ହରିଜନ, ଅମର ପିଢିଶିକା, କାମ ସିଂ କାଡ୍ରାକା ପରି ଜାତିୟ ସ୍ତରରେ ଖେଳିଥିବା କ୍ରୀଡ଼ାବିତ୍ ଖେଳୁଥିବା ହେତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦଳ ଭଲ ପ୍ରଦର୍ଶନ କରି ରାୟଗଡ଼ ଜିଲ୍ଲା ରାଜ୍ୟସ୍ତରରେ ଓ ଜାତିୟ ସ୍ତରରେ ଭଲ ପ୍ରଦର୍ଶନ କରି ନିଜର ପରିଚୟ ସୃଷ୍ଟି କରିବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି କୋଚ୍ ମାନେ କହିଛନ୍ତି।

ସେୟାର କରନ୍ତୁ

Next Post

ମା'କଣ୍ଟାବାଉଁଶୁଣୀ ସେବାୟତ ମଣ୍ଡଳୀର ନୂତନ କମିଟି ଗଠନ....

Mon Nov 16 , 2026
ଦାମନଯୋଡ଼ି(ସରୋଜିନୀ ଆଚାର୍ଯ୍ୟ):ଦାମନଯୋଡ଼ିର ଆରାଧ୍ୟା ଦେବୀ ମା’ କଣ୍ଟାବାଉଁଶୁଣୀଙ୍କ ପୀଠର ନୂତନ ପରିଚାଳନା କମିଟି ଗଠିତ ହୋଇଛି।ଦୁଇବର୍ଷ ପାଇଁ ଗଠିତ ନୂତନ କମିଟିରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ଦୁର୍ଯ୍ୟୋଧନ ବେହେରା ସଭାପତି ରହିଛନ୍ତି। ନାଲକୋ ପ୍ରତିଷ୍ଠା ସମୟରେ ମା’ଙ୍କ ପୀଠ ନିକଟରୁ ବାସଚ୍ୟୁତ ୪ଟି ଗାଁ ସିନ୍ଧିପାର,କଣ୍ଟାଗୁଡ଼ା,ଗାଦିପାବିଲି ଓ ଡୁମୁରିଗୁଡ଼ାର ପ୍ରତିନିଧିଙ୍କ ସହିତ କମିଟିରେ ମୋଟ ୬୭ଜଣ କର୍ମକର୍ତ୍ତା ଓ ସଦସ୍ୟ ରହିଛନ୍ତି।ନୂତନ ଓ ପୁରାତନ କମିଟି ସହିତ ନାଲକୋ ବରିଷ୍ଠ […]

You May Like

Pin It on Pinterest