
ମାହାଙ୍ଗା(ସୁଶାନ୍ତ ନାୟକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଧୀନସ୍ଥ ସବଳକଣା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମାହାଙ୍ଗା ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି।ଏହି ପ୍ରଦର୍ଶନୀରେ ୭ଟି ଟିମ୍ କୁ ନେଇ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ହସ୍ତ ନିର୍ମିତ ୧୬୮ ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା ।
ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରିଣୀ ମୋନାଲିସା ସରକାର ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟିତ କରିଥିଲେ।ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ କୌଶଳ ଆହରଣ କରିବା ପାଇଁ ଏଭଳି ପ୍ରଦର୍ଶନୀ ଛାତ୍ରଛାତ୍ରୀ ମାନଙ୍କୁ ବହୁତ ପ୍ରେରଣା ଦେବା ସହିତ ଭବିଷ୍ୟତ ଜୀବନରେ ସେମାନେ ଜଣେ ଜଣେ ବୈଜ୍ଞାନିକ ହୋଇ ଆମ ଦେଶ ପାଇଁ ଗୌରବ ଆଣି ପାରିବେ ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଜେ.ଏନ କଲେଜର ଅଧ୍ୟକ୍ଷ ଦିଲ୍ଳୀପ କୁମାର ନାୟକ, ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହୁରା ଓ ମାହାଙ୍ଗା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ନିଜ ଭବିଷ୍ୟତ ଜୀବନକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଉନ୍ନତ ମାନର ପ୍ରକଳ୍ପ ପ୍ରଦର୍ଶିତ କରି କୃତିତ୍ୱ ହାସଲ କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ୭ ଛାତ୍ରଛାତ୍ରୀଙ୍କ ସହିତ ଅନ୍ୟ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମାହାଙ୍ଗା ଶିକ୍ଷା ମଣ୍ଡଳ ଅଧିକାରୀ ମୋନାଲିସା ସରକାର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ଅରୁଣ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଶେଷରେ ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ଚିନ୍ମୟୀ କୁମାରୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରେସ୍ୱର ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ,ଭଦ୍ରେଶ୍ବର ପଞ୍ଚାୟତର ସଭାପତି ଭରତ ପ୍ରଧାନ,ଗୋପାଳପୁର ବିଶ୍ୱଭୂଷଣ ପ୍ରଧାନ,କୁରୁଜଙ୍ଗା ଦେବାଶିଷ ବରାଳ,ନାହାଙ୍ଗ ଶ୍ରୀନିବାସ ଭୂୟାଁ, ଗୋତରା ପ୍ରକାଶ ନାୟକ,ଶୁବାଶିଷ ସ୍ୱାଇଁ,ଫଗୁ ବେହେରା, ବିଦ୍ୟାଳୟର ସଭାପତି ଗୋକୁଳାନନ୍ଦ ପଣ୍ଡା ଅଭିଭାବକ,ବୁଦ୍ଧିଜୀବୀ ବହୁ ଜନ ସାଧାରଣ ଯୋଗଦେଇଥିଲେ ।



