ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନଲକ-୨ ନେଇ ଦେଶବାସୀଙ୍କୁ ସମ୍ବୋଧନ

ବାସ୍ତବ ବ୍ୟୁରୋଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆଜି ମଧ୍ୟରାତ୍ର ଠାରୁ ଆମେ ଅନଲକ-୨ରେ ପ୍ରବେଶ କରିବାକୁ ଯାଉଛେ ଦେଶରେ କରୋନା ପ୍ରଭାବ ଦିନ କୁ ଦିନ ବଢ଼ି ଚାଲି ଥିବାରୁ ଆହୁରି ସତର୍କ ରହିବାକୁ ହେବ । ଏହା ସହ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ତରଫ ରୁ ଦେଶର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଲକଡାଉନ ସମୟରେ ଦେଶର ଗରିବ ନାଗରିକମାନଙ୍କ ପାଇଁ ଅର୍ଥ ଉପାର୍ଜନର ସମସ୍ତ ବାଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ଆମେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛୁ । ଗତ ୩ମାସ ମଧ୍ୟରେ ୨୦କୋଟି ଗରିବ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୧,୦୦୦ କୋଟି ଟଙ୍କା ଜମା ହୋଇଛି । ଏଥିସହ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮୦୦୦ କୋଟି ଜମା ହୋଇଛି ।

ଆଗାମୀ ପାଞ୍ଚ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ୮୦ କୋଟି ଗରିବ ଭାଇ-ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ । ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଅନଲକ୍-୧ ଆରମ୍ଭ ହେବା ଦିନଠାରୁ ବ୍ୟକ୍ତିଗତ ଏବଂ ସାମାଜିକ ଆଚରଣରେ ଅବହେଳା ବଢ଼ିବାରେ ଲାଗିଛି ବର୍ତ୍ତମାନ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ପୁନର୍ବାର ସମାନ ସତର୍କତା ଦେଖାଇବାକୁ ପଡିବ କଣ୍ଟେଣ୍ଟମେଣ୍ଟ ଜୋନ୍ ଉପରେ ଆମର ଏକ ବିଶେଷ ଧ୍ୟାନ ରହିବା ଆବଶ୍ୟକ ଯଦି କେହି ନିୟମର ଅବମାନନା କରୁଥିବାର ଆପଣ ଦେଖନ୍ତି, ତେବେ ସେମାନଙ୍କୁ ତାହା ନକରିବାକୁ ସେମାନଙ୍କୁ କୁହନ୍ତୁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅନ୍‌ଲକ୍‌-୨ନେଇ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା

Tue Jun 30 , 2020
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୨ର ଘୋଷଣା ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଆସନ୍ତା କାଲିଠାରୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ୫୦ରୁ ଅଧିକ କରୋନା ଆକ୍ଟିଭ୍‌ କେସ୍‌ ଥିବା ୧୦ ଜିଲ୍ଲାକୁ ଜୋନ୍‌-୧ ଭାବେ ରଖାଯାଇଛି […]

You May Like

Pin It on Pinterest