ଆଜିର ଖାସ୍ ଖବର

ଲଘୁଚାପ ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା

ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଗଞ୍ଜାମ ଜିଲ୍ଲା ପ୍ରଥମ

ଭବାନୀପାଟଣା ସହର ଓ ନୀଳଗିରି ଏନଏସି ସଟ୍‌ଡାଉନ

ନବନିଯୁକ୍ତ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

“ସୁନାମି ପ୍ରସ୍ତୁତି” ନେଇ ଓଡ଼ିଶାର ଦୁଇଟି ଗାଁକୁ ମିଳିଲା ୟୁନେସ୍କୋ ମାନ୍ୟତା।ଗୋଟିଏ ଜଗତସିଂହପୁରର ନୋଳିଆ ସାହି ଥିବା ବେଳେ ଅନ୍ୟଟି ଗଂଜାମ ଜିଲ୍ଲାର ଭେଙ୍କଟରାୟପୁର ରହିଛି ।

ମାଲକାନଗିରି ଜିଲ୍ଲାପାଳଙ୍କ ନୂଆ ନିୟମ, ସରକାରୀ କର୍ମଚାରୀଙ୍କ କ୍ବାରେଣ୍ଟାଇନ ଅବଧିକୁ ବ୍ୟକ୍ତିଗତ ଛୁଟି ଧରାଯିବ।

ଦେଶର ଶ୍ରେଷ୍ଠ ୧୦୦ ପ୍ରତିଷ୍ଠାନ ତାଲିକାରେ ଓଡ଼ିଶାର ୭ଟି ସରକାରୀ ଓ ୪ଟି ବେସରକାରୀ ଶିଳ୍ପ ପ୍ରତିଷ୍ଠାନ (ITI)।

ଭାରତରେ ୨୦,୨୭,୦୭୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୩୭୮୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୪୧୫୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୩୮୪ ରହିଛି ।

ନୂଆ ଶିକ୍ଷା ନୀତି ନେଇ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପତଞ୍ଜଳି ଆୟୁର୍ବେଦକୁ ୧୦ ଲକ୍ଷ ଟଙ୍କା ଜୋରିମାନା; ୨୧ ତାରିଖ ସୁଦ୍ଧା ଜମା ଦେବାକୁ ମାଡ଼୍ରାସ ହାଇକୋର୍ଟଙ୍କ ନିର୍ଦେଶ।

ସଂସଦୀୟ ନିର୍ବାଚନର ସଫଳ ପରିଚାଳନା ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ।

ଅପରିବର୍ତ୍ତିତ ରହିବ ରେପୋ ରେଟ୍ : ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ୩ ଦଶମିକ ୫ ପ୍ରତିଶତରେ ସ୍ଥିର; କମିବ ନାହିଁ ଲୋନ୍ ଇଏମଆଇ, ଆରବିଆଇର ତ୍ରୟମାସିକ ନିଷ୍ପତ୍ତି, ସୁନା ଦାମର ୯୦ ପ୍ରତିଶତ ଯାଏଁ ମିଳିବ ଋଣ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂତନ ଶିକ୍ଷା ନୀତି, "କେବଳ ସର୍କୁଲାର ନୁହେଁ, ଏକ ନୂତନ ଭାରତ ସୃଷ୍ଟି କରିବାର ମୂଳଦୁଆ"-ପ୍ରଧାନମନ୍ତ୍ରୀ ମୋଦୀ

Fri Aug 7 , 2020
ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଶର ନୂତନ ଜାତୀୟ ଶିକ୍ଷା ନୀତି ଉପରେ ନିଜର ବକ୍ତବ୍ୟ ଦେଇଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେଇଛନ୍ତି କହିଛନ୍ତି ଯେ, ତିନିରୁ ଚାରି ବର୍ଷ ଅନେକ ଆଲୋଚନା ଏବଂ ବିଚାର ପରେ ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି । ଆଜି ପ୍ରତ୍ୟେକ ବିଚାରଧାରା  ଲୋକମାନେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରୁଛନ୍ତି । ଆଜି […]

You May Like

Pin It on Pinterest