ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ କହିଛି ଯେ ଗଭୀର ଅବପାତ ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ଏହାର ନାମ […]
ବାସ୍ତବ ବ୍ୟୁରୋ: ଦୀପାବଳି ଅବସରରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଆଜି ସକାଳୁ ହିମାଚଳପ୍ରଦେଶର ଲେପଚାରେ ପହଂଚିଥିଲେ ମୋଦୀ । ସେଠାରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି । ଏହାର ଫଟୋ ସେ ଟ୍ୱିଟ୍ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସେ ବାହାଦୂର ଯବାନଙ୍କ ସହ ଦୀପାବଳି ପାଳନ କରୁଛି । ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ଦୀପାବଳି ପାଳନ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ […]
ବାସ୍ତବ ବ୍ୟୁରୋ: ଉତରକାଶୀରେ ଭାଙ୍ଗିଲା ନିର୍ମାଣାଧୀନ ଟନେଲ । ଦୁର୍ଘଟଣା ଯୋଗୁ ଟନେଲ ଭିତରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ ହୋଇଛି । ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ନିର୍ମାଣାଧୀନ ଟନେଲ୍ଟି ବ୍ରହ୍ମଖାଲ୍-ୟମୁନୋତ୍ରୀ ଜାତୀୟ ରାଜପଥର ସିଲ୍କ୍ୟାରାରୁ ଦଣ୍ଡାଲ୍ଗାଓଁକୁ ସଂଯୋଗ କରୁଥିବା ବେଳେ ଟନେଲରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ସେଠାରୁ […]
ନିରଞ୍ଜନ ଦାସ(ନୟାଗଡ): ସରକାର ଆମ ଗାଁ ଆମ ବିକାଶ ଘୋଷଣା କରୁ ଥିବା ବେଳେ ପ୍ରକୃତରେ କେତେ ବିକାଶ ହୋଇଛି ତାର ନଗ୍ନଚିତ୍ର ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଦେଶ ସ୍ଵାଧୀନତାର୭୫ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁଓ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଛଂଦି ହୋଇ ପଡିଛନ୍ତି ଆଦିବାସୀ।ହେଲେଆଦିବାସୀ ଙ୍କ ଉର୍ନତିପାଇଁପ୍ରଶାସନ ପକ୍ଷରୁ କୌଣସି ମୌଳିକ ଅଧିକାର ଦିଆ ନ ଯାଇ ତାଙ୍କୁ ହନ୍ତସନ୍ତ କରା ଯାଇଛି ଫଳରେ […]
ବାସ୍ତବ ବ୍ୟୁରୋ: ଡିସେମ୍ବର ପହିଲାରୁ ପୁଣି ଧାରଣା ଦେବେ ଘରୋଇ ବସ୍ ମାଲିକ । ଏହି ଧାରଣାରେ ୧ ହଜାରରୁ ଅଧିକ ବସ୍ ମାଲିକ ସାମିଲ ହେବେ । ଘରୋଇ ବସ୍ ମାଲିକମାନେ ସରକାରଙ୍କୁ ଦେଇଥିବା ଦାବି ଏହି ତାରିଖ ମଧ୍ୟରେ ପୂରଣ ନହେଲେ ସେମାନେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି । ଏଥର ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ନିଷ୍ପତ୍ତି ନେଇଛି । ସରକାର ଦାବି ମାନି ନଥିବାରୁ […]
ବାସ୍ତବ ବ୍ୟୁରୋ(ଭୁବନେଶ୍ବର): ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଭୋର ୩ଟା ୨୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ଶ୍ରୀ ମହାନ୍ତି। ଡାକ୍ତରଙ୍କ ଉଦ୍ୟମ ସତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି […]
ବାସ୍ତବବ୍ୟୁରୋ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାର ପାଞ୍ଚ ବିଧାନସଭା ଆସନରୁ ନର୍ଲା ଆସନ ହେଉଛି ଅନ୍ୟତମ କହିଲେ ଅତ୍ୟୁକ୍ତି ହେବ ନାହିଁ , କିନ୍ତୁ ଏହି ଆସନ ପାଇଁ ବିଜେଡି ଦଳର ଅନେକ ହେଭିୱେଟ ଦଳୀୟ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀ ଆଶାୟୀ ଥିବା ବେଳେ ସେଥିରୁ ବାଦ୍ ପଡ଼ି ନାହାନ୍ତି ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ଗତ ୦୧.୧୧ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା କୁ […]
ଆଦିତ୍ଯ ବେହେରା(ଭୁବନେଶ୍ୱର): ୪-୧୧-୨୩- ଆଇଆଇଟି ବନାରସ କ୍ୟାମ୍ପସ ଭିତରେ ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଅସଦାଚରଣ କରିବା, ମାରଧର କରିବା ସହିତ ବିବସ୍ତ୍ର କରି ତାଙ୍କର ଭିଡିଓ ଉତ୍ତୋଳନ କରିବା ଭଳି ଜଘନ୍ୟ, ବର୍ବର ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣାର ପ୍ରତିବାଦରେ ଏଆଇଡିଏସ୍ଓ ଆହ୍ୱାନରେ ଦେଶବ୍ୟାପୀ ଆଜି କଳା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନର ଭୁବନେଶ୍ୱର ସିଟି କମିଟି ପକ୍ଷରୁ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସମ୍ମୁଖରେ […]
ବାସ୍ତବ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିଶାଖାପାଟଣାଠାରୁ ରାୟଗଡା ଆସୁଥିବା ଏକ୍ସପ୍ରେସ ଟ୍ରେନ୍ ସିଗନାଲ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ରହିଥିଲା । ସେତିକି […]
ଆଜି ସକାଳୁ ଏର୍ଣ୍ଣାକୁଲମ ସ୍ଥିତ କନ୍ଭେନସନ୍ ହଲରେ ଖ୍ରୀଷ୍ଟ ଧର୍ମାବଳମ୍ବିଙ୍କ ପ୍ରାର୍ଥନା ଚାଲିଥିଲା। ଏତିକିବେଳେ ଭୟଙ୍କର ବିସ୍ଫୋରଣରେ ଦୋହଲି ଉଠିଥିଲା ପୂରା କନ୍ଭେନ୍ସନ ହଲ୍। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଆହତଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି। କେରଳର ଏର୍ଣ୍ଣାକୁଲମ କଲାମାସେରିରେ ଘଟିଛି ଏଭଳି କିଛି ଘଟଣା। ଜଣେ […]


