ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଆଜି (ଗୁରୁବାର) ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪//୧୨//୨୦୨୨-ଆଜି ଚାନ୍ଦବାଲି ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ପଂଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସୁତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାଧାରଣ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ବିକାଶ ଦାସ ଅଭିଭାଷଣ ମାଧ୍ୟମରେ ସମସ୍ତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଂଵୋଧିତ କରିବା ସହ ସ୍ୱାଗତ କରିଥିଲେ । ଉକ୍ତ ବୈଠକକୁ ସୁଚାରୁ ରୂପେ […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଓ୍ଯାର୍ଡ ନଂ:-୧ ର ବିଡାନାସୀ ଠାରେ ଦୈନନ୍ଦିନ କାର୍ଯ୍ୟରେ କଟକ ମହାନଗର ନିଗମ ପକ୍ଷରୁ ନିୟୋଜିତ ଜାଗୃତି ଠିକା ସଂସ୍ଥା ପକ୍ଷରୁ ରାସ୍ତା ସଫା ଲାଗି ନିୟୋଜିତ ସଫେଇ ମହିଳା କର୍ମଚାରୀ ଶ୍ରୀମତୀ କୁନି ନାୟକ ସଫେଇ କାର୍ଯ୍ୟ କରୁଥିବା ସମୟରେ ଗତ ତା ୨୭/୧୧/୨୦୨୨ ରିଖ ଦିନ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ନିମନ୍ତେ […]

ବାସ୍ତବ ବ୍ୟୁରୋ : ଦୁଇମାସ ପୂର୍ବେ ପାକିସ୍ତାନର ଅର୍ଥମନ୍ତ୍ରୀ ଥିବା ମିଫତାହ ଇସମାଇଲ କହିଛନ୍ତି ଯେ ପାକିସ୍ତାନକୁ ବର୍ତ୍ତମାନ ଯେକୌଣସି ସମୟରେ ଡିଫଲ୍ଟର ଘୋଷିତ କରାଯାଇପାରେ। ଏକ ଟିଭି ସୋ ରେ ସେ କହିଛନ୍ତି – ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅର୍ଥାତ୍ ଆଇଏମ୍ଏଫ୍ ଆମକୁ ନୂତନ ଋଣର କିସ୍ତି ଦେବାକୁ ପ୍ରସ୍ତୁତ ନୁହେଁ। ଇମ୍ରାନ ଖାନଙ୍କ ସମୟରେ ଆମ ଅର୍ଥନୀତିରେ ଆରମ୍ଭ ହୋଇଥିବା ବିନାଶରୁ ଆମେ ପୁନରୁଦ୍ଧାର ହୋଇପାରି ନାହୁଁ […]

ସଂଜୟ ଶତପଥୀ(କଟକ)୧୩।୧୨: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ ସିଏମସି ଅଧିନରେ କାର୍ଯ୍ୟକରୁଥିବା ଠିକା ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟାନ୍ୟ ଦାବୀରେ ସଂଘରସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ସିଏମସି କମିସନରଙ୍କୁ ୫ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ଗୁଡିକ ମଧ୍ୟରେ ଠିକା କର୍ମଚାରୀମାନେ ଦୀର୍ଘ୧୪ବର୍ଷରୁ […]

ସଂଜୟ ଶତପଥୀ(କଟକ):କଟକ ସଦରର ବହୁ ଅଙ୍ଗନୱାଡ଼ି ମହିଳା କର୍ମୀ ମାନେ ଆଜି ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନରେ ଯୋଗ ଦେଇଛନ୍ତି । ଏଥି ପାଇଁ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଦର ଅଞ୍ଚଳର ବହୁ ମହିଳା କର୍ମୀ ମାନେ ଏହି ବୈଠକରେ ଯୋଗ ଦେଇ ସଂଘ ସହିତ ସାମିଲ ହୋଇଥିଲେ । ଏହାପରେ ଅଙ୍ଗନୱାଡ଼ି ମହିଳା କର୍ମୀଙ୍କର […]

ବାସ୍ତବ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି। ଏହି ସଂଘର୍ଷ ଗତ ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ୟାଙ୍ଗଷ୍ଟେ ଏରିଆରେ ଏହି ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ କେତେକ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସୈନ୍ୟଙ୍କ ପ୍ରତିଜବାରେ […]

ଜୟନ୍ତଶତପଥୀ(କେନ୍ଦ୍ରାପଡା):ଆଦର୍ଶ ଧର୍ମ ପରାୟଣ ସାଇ ସେବକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ଅନୁନିବନ୍ଧକଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାନାମ୍ବର ଜେନାଙ୍କର ( ୮୩ ) ଗତକାଲି ତାଙ୍କ ଗରାପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି। ସ୍ଵର୍ଗତ ଜେନା ଜଣେ ପରୋପକାରୀ ତଥା ଧର୍ମ ପରାୟଣ ଆଦର୍ଶ ବ୍ୟକ୍ତି ଭାବରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ।ସରକାରୀ ସେବାରୁ ଅବସର ନେବା ପରେ ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ସହିତ […]

ବାସ୍ତବ ବ୍ୟୁରୋ : ଉତ୍ସବର ରୁତୁ ସରିବା ପରେ ମଧ୍ୟ ଦେଶରେ ଯାନବାହନ ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନଭେମ୍ବର ମାସରେ, ପ୍ରତି ସେକେଣ୍ଡରେ ଗୋଟିଏ ଗାଡି ବିକ୍ରି ହୋଇଥିଲା ଏବଂ ମୋଟ ବିକ୍ରି ୨୩.୮୦ ଲକ୍ଷର ଏକ ଐତିହାସିକ ଉଚ୍ଚରେ ପହଞ୍ଚିଥିଲା । ଗତ ବର୍ଷ ନଭେମ୍ବର ତୁଳନାରେ ଏହା ୨୬% ଅଧିକ । ଦୁଇ ଚକିଆ ବିକ୍ରି ୨୩.୬୧% ଏବଂ ଗତ ମାସରେ […]

ତ୍ରୀନାଥ ବାରିକ(ପୁରୀ): ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପୁରୀ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ଵତ ସମାବେଶରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଚୀନ ସାହିତ୍ୟ ଏବଂ ବର୍ତ୍ତମାନର ସାହିତ୍ୟ ଉପରେ […]

Pin It on Pinterest