ବାସ୍ତବ ବ୍ୟୁରୋ : ଆସନ୍ତାକାଲିଠୁ ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଦଳର ହେଭିୱେଟ୍ ନେତାମାନେ ପ୍ରଚାର ମୈଦାନ ରେ ଓଲେଇବେ । ଆଜି ବିଜେପି ପାଇଁ ପ୍ରଚାର ମୈଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ଆଦି ପ୍ରଚାର କରିଛନ୍ତି । ଦଳର ରାଜ୍ୟ […]
ନବିନ ଦାଶ(ବରଗଡ଼)୨୫/୧୧:ଅଲ୍ ଓଡିଶା ଲେଡିସ ଅଙ୍ଗନ ବାଡ଼ି ୱାର୍କର୍ସ ଏସୋସିଏସନ୍ କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକୁ ନେଇ ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଭୁବନେଶ୍ୱର ଠାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବାବେଳେ,ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେଉଛି । ଏହି ପରିପେକ୍ଷିରେ, ବରଗଡ଼ ଜିଲ୍ଲା ଉପସଭାପତି ଅରୁଣା ମହାପାତ୍ର ଙ୍କ ନେତୃତ୍ୱରେ ଅତାବିରା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା […]
ବାସ୍ତବ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱର ଏମ୍ସ ରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି। ଏମ୍ସ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ। ଆଜି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକୋଲୋଜିଷ୍ଟ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଏମ୍ସ ର ମାଇକ୍ରୋ ବାୟୋଲୋଜି ବିଭାଗରେ […]
ବାସ୍ତବ ବ୍ୟୁରୋ: ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆହତମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ ଶ୍ରୀ ମହାପାତ୍ର ଏସବିବି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, […]
ନମିତା କୁଅଁର(ଭୁବନେଶ୍ବର): ମାର୍ଗଶିର ମାସ ଗୁରୁବାର। ଓଡ଼ିଆଣୀମାନେ ଘରେ ଝୋଟି ପକାଇ ମାଣ ଓଷା ପାଳନ କରୁଥିବା ବେଳେ ଆନ୍ଦୋଳନରତ ମହିଳାମାନେ ରାଜରାସ୍ତା ଉପରେ ମାଣଓଷା କରୁଥିବାର ଦେଖାଯାଉଛି । ଅନେକ ସ୍ବାଭିମାନି ଓଡ଼ିଆ ଏମିତି ରାସ୍ତା ଉପରେ ମାଣଓଷାକୁ ନାପସନ୍ଦ କରିଛନ୍ତି। ରାଜଧାନୀର ରାଜରାସ୍ତା। ପଡ଼ିଛି ଝୋଟି , ମଝିରେ ଥୁଆ ହୋଇଛି ଖଟୁଲି । ସେଥିରେ ମାଣ ରଖି ଧାନ ପେଣ୍ଡି ଘୋଡ଼ାଇ ଏକାଠି ସମସ୍ତେ କରୁଛନ୍ତି ମାଣ […]
ବାସ୍ତବ ବ୍ୟୁରୋ : ବିନା ପୁରୁଷରେ ଜାମା ମସ୍ଜିଦ୍ରେ ପ୍ରବେଶ କରିପାରିବେନି ମହିଳା । ଜାମା ମସ୍ଜିଦ୍ ମସ୍କ ମ୍ୟାନେଜ୍ମେଣ୍ଟ୍ କମିଟି ମସ୍ଜିଦ୍ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସ୍ଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ […]
ବାସ୍ତବ ବ୍ୟୁରୋ : ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍ । ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍ ଆଲ୍ଭିଙ୍କୁ ସୁପାରିଶ କରାଯାଇଛି। ସୂଚନାନୁଯାୟୀ, […]
ବାସ୍ତବ ବ୍ୟୁରୋ : ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ରେ ବାଣ ଫୁଟି ୨୦ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। କାହାର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ତ କାହାର ସମଗ୍ର ଶରୀର ରକ୍ତାକ୍ତ ହୋଇପଡ଼ିଛି। ବହୁ ସଂଖ୍ୟକ ମହିଳା ଓ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ […]
ବାସ୍ତବ ବ୍ୟୁରୋ : ଆଜି ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ (ଓଏସ୍ଏସ୍ସି) ପକ୍ଷରୁ ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧୧ ତାରିଖ ଠାରୁ ୨୦୨୩ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଫେବ୍ରୁଆରୀ ୨୩ରେ ପ୍ରିଲିମନାରି ପରୀକ୍ଷା ହୋଇପାରେ । ପ୍ରିଲିମନାରି ଓ ମୁଖ୍ୟ ପରୀକ୍ଷା ଉଭୟ […]


