ପ୍ରମୋଦ ନାୟକ(ଭୁବନେଶ୍ବର):୧୭।୨- କଂଗ୍ରେସ ବିଧାୟକ ସୁରେଶ ରାଉତରାୟ,ନିର୍ବାଚନୀ ହିଂସାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସରକାର, ନିର୍ବାଚନ କମିଶନଙ୍କ କଟକଣା ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ଦୁଇ ଜଣ ସମ୍ବାଦିକଙ୍କୁ ମାଡ ମରାଯାଇଛି ।ଏ ଘଟଣାକୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୦୭୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୬୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୬୩୧୦୬ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ […]
ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ସଙ୍ଗୀତଜ୍ଞ ବାପି ଲାହିରୀଙ୍କ ପରଲୋକ, ଅଶୀ ଓ ନବେ ଦଶକର ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ଆଜି ଇହଲୀଳା ସମ୍ବରଣ କରିଛନ୍ତି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । […]
ଅଭୟ ସାହୁ(ସାଲେପୁର):୧୬।୨- ମର୍ମନ୍ତୁଦ ସଡକ ଦୁର୍ଘଟଣା, କଟକ-ଚାନ୍ଦବାଲି ରାସ୍ତାର ନନ୍ଦୋଳଗଡା ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଭୁବନେଶ୍ବରରୁ କେନ୍ଦ୍ରାପଡା ଜିଲ୍ଲା ଛତା ଛକ ଅଭିମୁଖେ ଯାଉଥିବା ଏକ ଅଟୋ ରିକ୍ସା ସହ କେନ୍ଦ୍ରାପଡା ପଟୁ ଆସୁଥିବା ମିନିଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହା ଫଳରେ ଅଟୋ ରିକ୍ସାରେ ଯାଉଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ […]
ନବୀନ ଦାସ(ବରଗଡ଼): ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତରେ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମୃତ୍ୟୁ ଯୋଗୁ ଏହି ନିର୍ବାଚନକୁ ସ୍ତଗିତ କରାଯାଇଛି । ଆଜି ହୃଦଘାତରେ ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ମୃତ୍ୟୁ ଯୋଗୁ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ବାଲ୍ମିକୀ ପ୍ରଧାନଙ୍କ […]
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ୧୫।୨- ସୋମବାର ବିଳମ୍ବିତ ରାତିରେ ଚାନ୍ଦବାଲି ବ୍ଲକର କୋଇଥକୋଲା ପଂଚାୟତ ୧୧ ନମ୍ବର ୱାର୍ଡ଼ରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ହାଇଓ୍ବା ଗାଡ଼ିକୁ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି । ପଂଚାୟତ ନିର୍ବାଚନକୁ କେନ୍ଦ୍ର କରି ଏପରି ଘଟିଥିବା ଗ୍ରାମବାସୀ କହିଛନ୍ତି । ଖବରପାଇ, ଅଗ୍ନିଶମ ବିଭାଗ ଗାଡ଼ି ଆସିବା ପୂର୍ବରୁ ହାଇଓ୍ବା ଗାଡ଼ିଟି ଜଳିଯାଇଥିଲା । ହାଇଓ୍ବା ଗାଡ଼ିର ମାଲିକ ଅମୂଲ୍ୟ ବେହେରା […]
ତ୍ରିନାଥ ବାରିକ(ପୁରୀ):୧୫।୨- ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ପ୍ରଥମେ ରାଜଭବନ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୦ଜଣ ଅଧିକାରୀ ଓ ୨୦୦ ପୋଲିସ ଅଫିସର ନିୟୋଜିତ ହେବେ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ […]
ତ୍ରିନାଥ ବାରିକ(ପୁରୀ):୧୫।୨-ବ୍ରାଉନସୁଗାର ମାଫିଆଙ୍କ ଦିନକୁଦିନ ପାଦୁର୍ଭାବ ବଢ଼ିବାରେ ଲାଗିଛି ।ଗତ ରାତିରେ ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫର ମିଳିତ ଚଢାଉରେ ଜବତ ହେଲା ୩୫୯ ଗ୍ରାମ ବ୍ରାଉନସୁଗାର ଯାହାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହେବବୋଲି କୁହାଯାଇଛି । ଏଥିସହ ସହ ନଗଦ ୧୭ ହଜାର […]
ତ୍ରିନାଥ ବାରିକ(ସତ୍ୟବାଦୀ):ପୁରୀଜିଲ୍ଲା ସତ୍ୟଵାଦୀ ଥାନାର ନୃଆସୋମେଶ୍ଵରପୁର ଗ୍ରାମର ଗୋପିନାଥ ମନ୍ଦିର ରୁ ରବିବାର ରାତିରେ ଚୋରୀ ହୋଇଛି। ମୁଖ୍ୟଦ୍ବାର ଓ ଗ୍ରୀଲ ଜାଲା ଭାଙ୍ଗି ଦୁର୍ଵୁଜମାନେ ମନ୍ଦିର ଭିତରେ ପସିଥିଲେ। ସିଂହାସନ ରେ ପୁଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ଵତୀ, ଚନ୍ଦଶେଖର ଓ ଅନ୍ୟ ସମସ୍ତ ଛୋଟ ଛୋଟ ଅଷ୍ଟଧାତୁ ମୁର୍ତ୍ତି ସହିତ ବଡ ପିତଳ ପ୍ରଭା ଲୁଟି ନେଇଛନ୍ତି। ପୂଜକ ମୃତ୍ୟୁଞ୍ଜୟ ପଣ୍ଡା ସକାଳୁ ମନ୍ଦିର ଖୋଲିଵାକୁ ଆସି […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୨- ଯେତିକି ପଖେଇ ଆସୁଛି ପ୍ରଚାର ସେତିକି ଜମୁଛି । ଚାନ୍ଦବାଲି ବ୍ଳକର ବିଜୁଜନତା ଦଳର ପ୍ରଚାରର ମଙ୍ଗ ବିଧାୟକ ବ୍ୟାମକେଶ ରାୟ ଧରିଥିବା ବେଳେ ବିଜେପିର ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ସାମିଲ ହୋଇଛନ୍ତି । ୩ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢେ଼ଇ ହେଉଛି । ବିଜୁଜନତା ଦଳ ସମର୍ଥିତ ପାର୍ଥିନି ଗୀତାଞ୍ଜଳି ଦାସ ପ୍ରତି ପଞ୍ଚାୟତ […]


