ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) – ଏ ମାସ ୧୫ ତାରିଖରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର […]
୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ। ୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ। ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି । ୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର। ୪-ଲାଇଫ୍ ବିଗିନ୍ସ ଏଟ୍ ଫର୍ଟି-ଓଡିଶାର […]
ପ୍ରସବ ସମୟରେ କିମ୍ବା ଚିକିତ୍ସା ଅଭାବ ରୁ ଏବେ କୌଣସି ମା ବା ଶିଶୁ ମୃତ୍ୟୁ ମୁଖରେ ପଡିବେ ନାହିଁ । ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ୧୦୦% ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ […]
୧-ଉଦଳା:ଫିଲ୍ମ ଷ୍ଟାଇଲରେ ପୋଲିସ ବାଇକ ଧରି ଅଭିଯୁକ୍ତ ଚମ୍ପଟ , ୨ ପୋଲିସ ଅଧିକାରୀ ନିଲମ୍ବିତ। ୨-ଦାମ୍ପତ୍ୟ କଳହ:କାଠଯୋଡି ପରେ ବ୍ରହ୍ମପୁର ଷ୍ଟେସନରେ ପାରିବାରିକ କଳହ କାରଣରୁ ଦୁଇ ଝିଅଙ୍କୁ ସାଙ୍ଗରେ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା। ୩-ନୟାଗଡ-ଭୁବନେଶ୍ୱର ମଧ୍ୟରେ ଦୌଡିବ ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ। ୪-ସମ୍ବଲପୁର ପୋଲିସକୁ ବଡ ସଫଳତା, ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ। ୫-ପିଲା ଖାଇଲେ ଭାତ ଡାଲି ,ବିଦ୍ୟାଳୟରେ ଚିକେନ୍ ଖାଇ […]
ବାସ୍ତବ ବ୍ୟୁରୋ (ମହାବଲୀପୁରମ୍): ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେବାକୁ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ ଏକ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଅପରାହ୍ଣ ୨ଟା୧୦ ମିନିଟରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା। ଆଜି ଅପରାହ୍ଣ ୫ଟାରେ ଭାରତର ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ […]
୧-ରାଜଗାଙ୍ଗପୁର-ଝାରସୁଗୁଡା ମଧ୍ୟରେ ସେଣ୍ଟ୍ରାଲ ଏକ୍ସାଇଜ୍, କଷ୍ଟମ ବିଭାଗ ଓ RPFର ଚଢ଼ାଉ, ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧ କେଜି ସୁନା ବିସ୍କୁଟ ଜବତ। ୨-ପୁରୀ: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ଆଜି ପଞ୍ଜୀକରଣର ଶେଷ ଦିନ। ୩-ଦୁର୍ନୀତି ଖୋର ଅଫିସରଙ୍କୁ ସରକାରୀ ଛାଟ, ଜଣେ ଡିଏଫଓ ଓ ୨ ନିର୍ବାହୀ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର। ୪-କେନ୍ଦ୍ରାପଡ଼ାରେ ଅପରାଧୀଙ୍କୁ ଜଗିବ ସିସିଟିଭି କ୍ୟାମେରା।ସହରର ୧୨ ଟି […]
ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ ମାର୍ଚ୍ଚଫାଷ୍ଟରେ ଅଭିବାଦନ ଗ୍ରହଣ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ରେଳବାଇ ସୁରକ୍ଷାବଳ ହକି ଟିମ ଯଥା […]
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ନିମନ୍ତେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ପତନ ଠାରୁ ୨.୧ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ […]
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ରାଜଭବନ ଆଗରେ ବିଜେପିର ଧାରଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଉସିଂ ଫର ଅଲ୍ ୨୦୨୨ ଆବାସ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଘୋଷଣା ହୋଇଛି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର […]
କେନ୍ଦୁଝର: ସଡ଼କ ଦୁର୍ଘଟଣାରୁ ଗୁରୁବାର କେନ୍ଦୁଝର ଏସ୍ପି ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ଥାନାର ଝାରବେଡ଼ା ଛକରେ ନିକଟ ଏକ ଟ୍ରକ୍ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ିକୁ ଧକ୍କା ଦେଇଛି। ଏସ୍ପି ଶ୍ରୀ ମହାପାତ୍ରଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର କିଛି ହୋଇ ନଥିବା ଜଣାପଡ଼ିଛି। ଘଟନା ପରେ ପୁଲିସ ସଂପୃକ୍ତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା କରୁଛି।


