ବାସ୍ତବ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦାୟିତ୍ୱ ବରିଷ୍ଠ ନେତାଙ୍କୁ ଦେଇଛି ପଦ୍ମଦଳ । ବିଜୟ ସିଂହ ତୋମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇ ଥିବାବେଳେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଉତ୍ତର ପ୍ରଦେଶ ଦାୟିତ୍ୱ। ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶା ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ତୁଲାଇ ଥିଲେ ଅମିତ ଶାହ। ଏହାପରେ ୨୦୧୯ରେ ରାଷ୍ଟ୍ରୀୟ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି […]
ବାସ୍ତବ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି କି, କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘ ରାମ […]
ବାସ୍ତବ ବ୍ୟୁରୋ : ସାରା ବିଶ୍ୱରେ ସୋସିଆଲ ମିଡ଼ିଆ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଉନ୍ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ୍ ରହିଛି। ମାଇକ୍ରୋ ବ୍ଲଗିଂଗ ସାଇଟ ‘ଏକ୍ସ’ର ସର୍ଭର ଡାଉନ୍ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି। ମୋବାଇଲ ଓ ଡେସ୍କଟପ୍ରେ […]
ବାସ୍ତବ ବ୍ୟୁରୋ: ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାଂନସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭୂମୀକମ୍ପର କେନ୍ଦ୍ରସ୍ଥଳ ରହିଥିଲା। କେନ୍ଦ୍ରସ୍ଥଳରେ ଭୂକମ୍ପ ତୀବ୍ରତା ୬.୧ ରହିଥିବା କୁହାଯାଉଛି। କିନ୍ତୁ ଚୀନା ଗଣମାଧ୍ୟମ ରିପୋର୍ଟ […]
ବାସ୍ତବ ବ୍ୟୁରୋ: ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ। ଫଳରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ସେହିପରି ଜଗଦୀଶ ଦେଭଡା ଓ ରାଜେନ୍ଦ୍ର ଶୁକ୍ଳା ମଧ୍ୟପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ଶ୍ରୀ ଯାଦବ ଉଜ୍ଜୟୀନ […]
ବାସ୍ତବ ବ୍ୟୁରୋ : ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦ (୨୮)ଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଲକ୍ଷ୍ମୌରେ ଆଜି ବସିଥିବା ଦଳୀୟ ବୈଠକରେ ମାୟାବତୀ ଏହି ଘୋଷଣା କରିଛନ୍ତି। ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ପୁଅ। ୨୦୧୯ରେ ମାୟାବତୀ ତାଙ୍କ […]
ବାସ୍ତବ ବ୍ୟୁରୋ: ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜୋରମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟ ଲାଲଦୁହୋମା ଆଜି ଶପଥ ନେଇଛନ୍ତି। ଦଳର ନବ ନିର୍ବାଚିତ ବିଧାୟକ ଭାନଲାଲୁରୁତା ମଧ୍ୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)ର ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଉପସ୍ଥିତ ଥିଲେ। କେବଳ ବିଦାୟୀ ମୁଖ୍ୟମନ୍ତ୍ରୀ ନୁହଁନ୍ତି, MNF ଦଳର ସମସ୍ତ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ […]
ବାସ୍ତବ ବ୍ୟୁରୋ: ‘ରୋପୋ ରେଟ୍’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI। କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ପ୍ରକାଶ […]
ବାସ୍ତବ ବ୍ୟୁରୋ: ଆଜି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ରାଜ୍ୟପାଳ ରେବନ୍ତଙ୍କୁ ଶପଥ ପାଠ କରାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନଙ୍କ ଖଡଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା, ଉପ […]


