ବାସ୍ତବ ବ୍ୟୁରୋ : ଆଜି(ଶନିବାର) ତେଲେଙ୍ଗାନା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାର ବିଜେପିକର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଁ ପ୍ରତିଦିନ ୨-୩ କିଲୋ ଗାଳି ଖାଉଛି। ହେଲେ ଏହି ଗାଳିଗୁଡ଼ିକ ମୋ ପାଇଁ ପୋଷଣ ହେଇଯାଉଛି। ଏଥିରୁ ମୋତେ ଉର୍ଜା ମିଳୁଛି। ଆଉ ମୁଁ ଜନାତଙ୍କ ସେବା କରିପାରୁଛି । ଏହି ଗାଳିଗୁଡ଼ିକୁ ଦେହକୁ ନ ନନେବାକୁ ସେ କର୍ମୀଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ” କିଛି ଲୋକ ହାତାସ, ଭୟ […]
ରାଜ୍ୟ
ଜୟନ୍ତ ଶତପଥୀ(ଚାନ୍ଦୋଳ):୧୨/୧୧- ଆଜି ଚାନ୍ଦୋଳ ଠାରେ ଭାରତୀୟ ଜନତା ପାର୍ଟି ଚାନ୍ଦୋଳ ମଣ୍ଡଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବିଳନୀ ରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଚାନ୍ଦୋଳ ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ମଳିକ, ଦାନପୁର ପୂର୍ବତନ ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା, ଚଉଦ ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରାଥୀନୀ ମମତା ସେଠୀ ପ୍ରମୁଖ ଅଭିଭାଷଣ ରଖିଥିଲେ । ପ୍ରମୁଖ ସମସ୍ୟା ଗୁଡିକ […]
ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୧୧/୧୧:ରାମଚଣ୍ଡୀ ଶିକ୍ଷା ନିକେତନ , ଛୋଟୀର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଆଦର୍ଶୋଦୀପ୍ତ ବ୍ୟକ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି। କୋରୋ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ତିନି ଦଶନ୍ଧି କାଳ ନିଜ ନୀତିନିଷ୍ଠ ଶିକ୍ଷା ସେବାକୁ ସମର୍ପିତ କରି ସେ ସମଗ୍ର ଜିଲ୍ଲାରେ ଏକ ସମ୍ମାନ […]
ନମିତା କୁଅଁର(ଭୁବନେଶ୍ବର): ‘ଓଡ଼ିଶା ଡ୍ରାଇଭର ମହାସଂଘ’ର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଦଫା ସମ୍ବଳିତ ନିଜର ଦାବି ସଂପର୍କରେ ଜଣାଇଛନ୍ତି। ମହାସଂଘ ପକ୍ଷରୁ ପ୍ରାୟ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ନବୀନ ନିବାସରେ ପହଞ୍ଚି ଦାବି ପତ୍ର ଦିଆଯାଇଛି। ପୂର୍ବରୁ ରାଜଧାନୀକୁ ଧସେଇ ପଶୁଥିବା ଡ୍ରାଇଭରମାନେ ଗତ ତିନିଦିନ ପୁର୍ବେ ରାଜଧାନୀରେ ଦଣ୍ଡବତ ଯାତ୍ରା କରି ଭୁବନେଶ୍ଵରରେ ପହଞ୍ଚି,ମୁଖ୍ୟମନ୍ତ୍ରୀଙ୍କୁ […]
ବାସ୍ତବ ବ୍ୟୁରୋ : ୭୫୪୦ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟିଜିଟି (କଳା), ପିଜିଟି (ପିସିଏମ୍ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ପାଇଁ […]
ନମିତା କୁଅଁର(ଭୁବନେଶ୍ୱର):ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ଵାରା ଭଞ୍ଜ କଳା ମଣ୍ଡପରେ ଆୟୋଜିତ ଦ୍ଵିଦିବସୀୟ ରାଜସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲବ୍ଧପ୍ରତିଷ୍ଠ ନାଟ୍ୟକାର , ନିର୍ଦ୍ଦେଶକ ଓ ଅଭିନେତା ତଥା ଏକାଡେମୀର ସଚିବ ଡଃ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ ଗବେଷକ ଡଃ ମନ୍ମଥ ନାଥ ଶତପଥୀ ,ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର ମନୋଜ ପଟ୍ଟନାୟକ, ବିଶିଷ୍ଟ କଳାକାର […]
ବାସ୍ତବ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି(ଗୁରୁବାର) ପୂର୍ବାହ୍ନ ୧୦ଟା୫୦ରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବିଭିନ୍ନ […]
ବାସ୍ତବବ୍ୟୁରୋ:ବିଳମ୍ବିତ ରାତିରେ ପଡୋଶୀ ଦେଶ ନେପାଳରେ ୬ .୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଯାହାର କମ୍ପନ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଦିଲ୍ଲୀ ବ୍ୟତୀତ ଲକ୍ଷ୍ନୌ,ନୋଏଡା, ଗାଜିଆବାଦରେ ମଧ୍ୟ ଭୂକଂପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ନଭେମ୍ବର ୯ ରେ ରାତି୧ .୫୭ ସମୟରେ ଏହି ଭୂକମ୍ପ ଘଟିଥିଲା। ଯାହାର ଗଭୀରତା ଭୂମିଠାରୁ୧୦ କିଲୋମିଟର ତଳେ ଥିଲା |ଏହି ଭୂକମ୍ପ କେନ୍ଦ୍ର ନେପାଳର ମଣିପୁରର […]
ବାସ୍ତବବ୍ୟୁରୋ:ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଗୁଜୁରାଟ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ ହେବ। ଡିସେମ୍ବର ୧ ଓ ୫ ତାରିଖରେ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏବଂ ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ। ଏହାପୂର୍ବରୁ ଦଳର ମୁଖ୍ୟ ଜେପି ନାଡାଙ୍କ ବାସଭବନରେ ଗୁଜୁରାଟ ନିର୍ବାଚନ ସମ୍ପର୍କରେ ବିଜେପି ମୂଳ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। […]
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳଠାରେ ଦୁଇଟି ନିର୍ବାଚନ ରାଲି କରିବେ। ଏଥିମଧ୍ୟରୁ ଗୋଟିଏ ରାଲି କଙ୍ଗରା ଜିଲ୍ଲାର ଚମ୍ବି ମଇଦାନରେ ଏବଂ ଅନ୍ୟଟି ହମିରପୁର ଜିଲ୍ଲାର ସୁଜନପୁରରେ ଅନୁଷ୍ଠିତ ହେବ। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ନିର୍ବାଚନ ଫଳାଫଳ ଆସିବ।


