ନୂଆଦିଲ୍ଲୀ: ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଦେଶର ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ଆଜି(ଶନିବାର) ଅପରାହ୍ଣ ୨ଟା ୩୦ରେ ସେ ଇହ ଲୀଳା ସମ୍ବରଣ କରିଛନ୍ତି। ଶେଷ ନିଶ୍ୱାସ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସଂପନ୍ନ କରାଯିବ। ସେ ଦୃଦ୍‌ରୋଗରେ ବି ପୀଡ଼ିତ ଥିଲେ,କିଛିଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ମାସେ […]

ମନୋଜ ମହାନ୍ତି(ଭୁବନେଶ୍ୱର): ୧୨/୦୨ -ଓଲିଉଡକୁ କରୋନା ଡର ଗ୍ରାସ କରିଥିବାବେଳେ, ମୁନ ଟିଭି ବିଛାଇ ଚାଲିଛି ଜହ୍ନର ଶୀତଲତା । କରିଚାଲିଛି ରେକର୍ଡ ପରେ ରେକର୍ଡ,କିଛିଦିନ ପୂର୍ବରୁ ଏକାଥରେ ୨୦ଟି ଓଡ଼ିଆ ସିନେମାର ମେଘା ପ୍ରୋଜେକ୍ଟ ର ଘୋଷଣାକାରୀ ଓଡ଼ିଆ ଚଳଚିତ୍ର ପ୍ରେମୀଙ୍କୁ ଚମକାଇଥିଲା । ଏହି ପର୍ଯାୟରେ ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୭୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୪୫୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୨୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୧୪୩୧ଜଣ ସୁସ୍ଥ ହୋଇଛନ୍ତି । […]

ବାସ୍ତବବ୍ୟୁରୋ(ଭୁବନେଶ୍ବର): ୧୦/୦୨- ଫେବୃଆରୀ ୧୪ ରୁ ଖୋଲିବ ସ୍କୁଲ ହେଲେ ବିନା ଛାତ୍ରଛାତ୍ରୀରେ । ୨୮ ଫେବୃଆରୀ ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । କିନ୍ତୁ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କ ପାଇଁ ୧୪ ତାରିଖରୁ ସ୍କୁଲ ଆସିବେ । ପୂର୍ବରୁ ଫେବୃଆରୀ ୧୪ ତାରିଖରୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ବର୍ତ୍ତମାନ ଏଥି​‌ରେ କରାଯାଇଛି ପରିବର୍ତ୍ତନ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):୧୦/୨- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ନିର୍ବାଚନ ପୂର୍ବରୁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ । ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ ତୋଟାପଡା ଗ୍ରାମରେ ଘଟିଛି ଏପରି ପରିସ୍ଥିତି ।ଆଜି ସନ୍ଧ୍ୟା ୬ଟା ସମୟରେ ତୋଟାପଡା ଗ୍ରାମରେ ଦେବେନ୍ଦ୍ର ଦାସ ନାମକ ଯୁବକ ଘରେ ସୋଇଥିବା ବେଳେ ସେହି ଗ୍ରାମର କିଛି ରାଜନୈତିକ କର୍ମୀମାନେ ମିଶି ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦେବେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର […]

ଡ଼.ନବକିଶୋର ମିଶ୍ର ସମସ୍ତ ନବଗ୍ରାହୀ ଗୋଟିଏ ରାଶିରୁ ଅନ୍ୟ ରାଶିରେ ଗମନାଗମନ ଜାରି ରଖନ୍ତି | ବୈଦିକ ଶାସ୍ତ୍ରରେ ଗ୍ରହ ଚଳନ ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଗ୍ରହର ରାଶିର ପରିବର୍ତ୍ତନ ମାନବ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ଗ୍ରହମାନଙ୍କର ସେନାଧ୍ୟକ୍ଷ ମଙ୍ଗଳ ୨୬ ଫେବୃଆରୀ ୨୦୨୨ ରେ ଚଳନ କରିବେ | ମଙ୍ଗଳ ଏହି ସମୟ ମଧ୍ୟରେ ମକର ରାଶିରେ ଗମନ […]

ଜି.ଉଦୟଗିରି: ୧୦।୨- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ, କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା। କେ.ନୂଆଗାଁ ସ୍ଥିତ କାର୍ଯ୍ୟାଳୟ, କେ.ନୂଆଗାଁ ସ୍ଥିତ ସରକାରୀ କ୍ବାର୍ଟର, ଭଞ୍ଜନଗର ସ୍ଥିତ ଘର, ଭଞ୍ଜନଗର ଦାଦରଲୁଣ୍ଡା ସ୍ଥିତ ଫାର୍ମ ହାଉସ, ବୌଦ୍ଧ ଭୂତପାଲି ସ୍ଥିତ ଘର, ଗଞ୍ଜାମ ସ୍ଥିତ ଘରେ ମଧ୍ୟଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ସୂଚନା ଅନୁସାରେ ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୧୦।୦୨- ରାଜ୍ୟରେ ଖସୁଛି କରୋନା ସଂକ୍ରମିତ ପାରଦ ।ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମିଳିଥିବା ସୂଚନା ଅନୁଯାଇ,ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୩୦୦୩ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୮୬୨ ଜଣ ରହିଥିବା ବେଳେ ୬୧୮ ଜଣ ସ୍ଥାନୀୟ ସଂକ୍ରମିତ […]

ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ନୂତନ ମଦ ନୀତି ପସନ୍ଦ କରୁନଥିଲେ। ଏହା ବିରୋଧରେ ମୋର୍ଚ୍ଚା ଖୋଲିବାକୁ ଘୋଷଣା କରିଛନ୍ତି। ଆନ୍ନା କହିଛନ୍ତି ଯେ ମହାରାଷ୍ଟ୍ର ସରକାର ସୁପର ମାର୍କେଟ ଏବଂ ୱାଲ-ଇନ୍ ଷ୍ଟୋର୍‌ ମାଧ୍ୟମରେ ମଦ ବିକ୍ରୟ ନିଷ୍ପତ୍ତି ବିରୋଧରେ ଫେବୃଆରୀ ୧୪ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନାହାର ଅନଶନ କରିବେ। ଖବର ଅନୁଯାଇ,ମହାରାଷ୍ଟ୍ରରେ ସୁପର ମାର୍କେଟ ଏବଂ ଆଖପାଖ ଦୋକାନରେ […]

ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ, ଯେ କୌଣସି ଗ୍ରହର ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶି ଉପରେ ପ୍ରଭାବ ପକାଇଥାଏ | ୨୦୨୨ ମସିହାରେ, ଶନିଙ୍କର ମଧ୍ୟ ରାଶି ପରିବର୍ତନ ହେବ | ନ୍ୟାୟ ଏବଂ କର୍ମର ଦେବତା ଶନି ଙ୍କ ରାଶି ପରିବର୍ତ୍ତନ ସହିତ, ଶନିଙ୍କର ସାଡେସାତି କିଛି ରାଶିର ଏବଂ ଶାନି ଧାୟା କିଛି ରାଶି ଉପରେ ଆରମ୍ଭ ହେବ | କେଉଁ ରାଶିରୁ ଶନିଙ୍କ ସାଡେସାତି […]

Pin It on Pinterest