ବାସ୍ତବ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା […]
ରାଜ୍ୟ
ବାସ୍ତବ ବ୍ୟୁରୋ: କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡାଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ଦୀର୍ଘ ଦିନଧରି ସେ ଅସୁସ୍ଥ ଥିବା ବେଳେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ସକାଳ ସାଢେ ୯ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ଉତ୍କଳ କେଶରୀ ପରିଡା କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ […]
ସଂଜୟ ଶତପଥୀ(କଟକ): ଆଗାମୀ ମାସର ୧୫ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ ବିଗତ ବର୍ଷଠାରୁ ଅଧୂକ ଆକର୍ଷଣୀୟ ହେବ ବୋଲି କହିଛନ୍ତି କଟକର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ। କଟକର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ସଭାଗୃହ ରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକର ମାନନୀୟ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଆଗାମୀ ବାଲିଯାତ୍ରା ମହୋତ୍ସବ ବିଷୟରେ ଅବଗତ କରିବା ସହ […]
ବାସ୍ତବ ବ୍ୟୁରୋ: ଆରମ୍ଭ ହୋଇଛି କାର୍ତ୍ତିକ ମାସ । ପ୍ରାୟତଃ ସବୁ ଓଡ଼ିଆଙ୍କ ଘରେ ଆମିଷ ବାରଣ । ମାତ୍ର ଏତିକିବେଳେ ପରିବା ବଜାରର ତାତି କାର୍ତ୍ତିକ ମାସ ପାଳନକୁ ଅଧିକ କଷ୍ଟଦାୟକ କରିଛି। ବଜାରରେ କୌଣସି ସବୁଜ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। କେବଳ ଆଳୁ, ସାରୁ ଓ କଖାରୁକୁ ବାଦ୍ ଦେଲେ ଅନ୍ୟ ସବୁ ପରିବା ୧୦୦ ଟଙ୍କା ପାର୍ କରିଯାଇଛି। ଏହି ଦରବୃଦ୍ଧି କାରଣରୁ […]
ବାସ୍ତବ ବ୍ୟୁରୋ: ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ। ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି। ଜଳ ଯୋଗାଣ ବନ୍ଦ […]
ସଂଜୟ ଶତପଥୀ(କଟକ): ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କଟକ ସହରର ୪୦ଟି ପୂଜା ମଣ୍ଡପ ଦର୍ଶନ କରିଥିଲେ। ପ୍ରଥମେ ପ୍ରତାପ ନଗରୀ ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଂଚିଥିଲେ। ସେଠାରେ କଟକ ନଗର ବିଜେପି ନେତୃବୃନ୍ଦ ତଥା ପୂଜା କମିଟି କାର୍ଯ୍ୟକର୍ତ୍ତା ମାନେ ପାଛୋଟି ନେଇଥିଲେ।ପରେ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଭିନ୍ନ ମଣ୍ଡପ ବୁଲି ମା ଙ୍କୁ ପୂଜା ଆରାଧନା, ଆଳତି ଆଦି […]
ବାସ୍ତବ ବ୍ୟୁରୋ: ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟ୍ରର ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ତାରିଖରେ ଟାଟା ଟ୍ରଷ୍ଟକୁ ନୂତନ ଅଧ୍ୟକ୍ଷ ମିଳିଯାଇଛି। ଟ୍ରଷ୍ଟ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟାଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି। ସୂଚନା ଅନୁସାରେ, ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ନବଲ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ […]
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ବଡ଼ ଘୋଷଣା। ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାବ ପରେ ଏହି ଘୋଷଣା କରାଯାଇଛି। ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ପୂଜା ମଣ୍ଡପମାନଙ୍କୁ ଦେଇଛନ୍ତି ପୂଜା ଭେଟି […]
ବରଗଡ଼(ନବୀନ କୁମାର ଦାଶ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ନବଦିନାତ୍ମକ ମୃଣ୍ମୟୀ ଦେବୀ ଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଦେବୀ ପୀଠ ମାନଙ୍କ ରେ ତଥା ଦୁର୍ଗା ମନ୍ଦିର ପୀଠ ରେ ଅଷ୍ଟମୀ ବିହିତ ପୂଜା ସହ ମାଁଙ୍କ “ମହାଗୌରୀ”ବେଶ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବେଶ୍ ଆକର୍ଷିତ କରିଛି। ଦୁର୍ଗା ମନ୍ଦିର ତଥା ଥାନା ସାମ୍ନା ମେଢ଼ ମୃଣ୍ମୟୀ […]
ବାସ୍ତବ ବ୍ୟୁରୋ: ଆଜି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବା ପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଗୁରୁ […]


