ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦ ଙ୍କ ବିଶେଷ ଜନସମ୍ପର୍କ ଅଭିଯାନ

ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦ ଙ୍କ ବିଶେଷ ଜନସମ୍ପର୍କ ଅଭିଯାନ

ଚିଲିକା- ତାରିଖ୧୯/୦୭(ଅଶୋକ କୁମାର ନାୟକ):
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସଫଳ ୧୨ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ରବିବାର ଦିନ ଆୟୋଜିତ ବିଶେଷ ଜନସମ୍ପର୍କ ଅଭିଯାନରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଏବଂ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର ଚ଼ିଲିକା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଡ଼ାଃ ବିଭୂତି ଭୂଷଣ ହରିଚନ୍ଦନ ଏବଂ ଡ଼ାଃ ସୁଧାଙ୍ଗିନୀ ହରିଚନ୍ଦନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ନାଚୁଣୀ ଗୋଦାବରୀଶ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜକିଶୋର ସାହୁ, ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଗଙ୍ଗାଧର ପ୍ରଧାନ, ବଡ଼ପଦର ଗ୍ରାମର ବିଶିଷ୍ଟ ପାଲାଗାୟକ ନବକିଶୋର ମହାରଣା, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉମାମହେଶ୍ୱର ବଣିକ ସଂଘର ସଭାପତି ରବିନାରାୟଣ ନାୟକ ଏବଂ ମା’ କାଳିଜାଈ ମୋଟର ବୋଟ ଆସୋସିଏସନର ସଭାପତି ଲକ୍ଷ୍ମୀଧର ତରେଇଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିବା ସହ ଡବଲ୍ ଇଞ୍ଜିନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ନାଚୁଣୀ ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ବପ୍ନାଞ୍ଜଳୀ ପଲାଇ,ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ସନ୍ତୋଷ ପାଇକରାୟଙ୍କ ସମେତ ସ୍ଥାନୀୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଂଗୀତ ସମାରୋହ -‘ଗୁହାରି ୨୦୨୬’

Mon Jul 20 , 2026
ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଉଦ୍‍ଘାଟନୀ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି । ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ଓ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନେ ଯୋଗଦାନ କରି […]

You May Like

Pin It on Pinterest