ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କ୍ଲାସ୍..

JEE, NEET ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଉପରେ ଗୁରୁତ୍ୱ..

କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ)ଅଗଷ୍ଟ ୯: ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ କରିଥିଲେ। ନିୟମିତ ଅଧ୍ୟୟନ, ସମୟର ସୁପରିଚାଳନା, ଆତ୍ମବିଶ୍ୱାସ ଓ ନିରନ୍ତର ଅଭ୍ୟାସ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସଫଳତା ହାସଲ କରାଯାଇପାରିବ, ସେନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।
ବିଶେଷକରି ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ JEE ଓ NEET ପାଇଁ ଅନଲାଇନ୍ କୋଚିଂ ସୁବିଧା ସମ୍ପର୍କରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହିତ Academic Support Programme ମାଧ୍ୟମରେ General Knowledge, English, Mathematics ଓ Reasoning ଭଳି ବିଷୟରେ ମିଳୁଥିବା ପ୍ରଶିକ୍ଷଣର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ JEE ଓ NEET ଭଳି ପ୍ରବେଶିକା ପରୀକ୍ଷା ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଉତ୍ତମ ଭାବେ ପ୍ରସ୍ତୁତ ହେବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ।
ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଠିକ୍ ଉପଯୋଗ କରି ନିଜର ଦକ୍ଷତା ବିକାଶ ସହ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ +2 ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ମୁଖ୍ୟଙ୍କ ସହ ଯୋଗାଯୋଗ କରି JEE & NEET ଅନଲାଇନ୍ କୋଚିଂ ଏବଂ Academic Support Programmeର ସୁଯୋଗ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ସେୟାର କରନ୍ତୁ

Next Post

ବାଲେଶ୍ୱରରେ ଶୀଘ୍ର କାର୍ଯ୍ୟକ୍ଷମ ହେବ ଡପଲର ରାଡାର ଷ୍ଟେସନ ....

Sun Aug 9 , 2026
୨୫୦ କିମି ପରିଧିରେ ବାତ୍ୟା, ବଜ୍ରପାତ ଓ ପ୍ରବଳ ବର୍ଷାର ମିଳିବ ଆଗୁଆ ସୂଚନା ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ଉତ୍ତର ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବାଲେଶ୍ୱରରେ ନିର୍ମାଣାଧୀନ ଅତ୍ୟାଧୁନିକ ଡପଲର ରାଡାର ଷ୍ଟେସନ ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜିଲ୍ଲା ସଦର ବ୍ଲକର ହିଡିଗାଁ ଅଞ୍ଚଳରେ ନିର୍ମିତ ଚାରି ମହଲା ବିଶିଷ୍ଟ ରାଡାର ଭବନରେ ରାଡାର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ […]

You May Like

Pin It on Pinterest