ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥତା ହେତୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି….

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମାହାଙ୍ଗା ବିଧାୟକ ତଥା ନଗର ଉନ୍ନୟନ,ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ଥିବାର ସୂଚନା ମିଳିଛି। ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା। ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଛି।ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ନୂଆଁଖାଇ ପର୍ବ ଉପଲକ୍ଷେ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା...

Sat Sep 11 , 2021
ନୂଆଦିଲ୍ଲୀ: ଆଜି ପବିତ୍ର ନୂଆଁଖାଇ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନୂଆଁଖାଇ ଜୁହାର। ଏହି ପବିତ୍ର ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ। ନୂଆଁଖାଇରେ ଆମେ ଆମ କଠିନ-ପରିଶ୍ରମୀ କୃଷକମାନଙ୍କର ଉଲ୍ଲେଖନୀୟ ଉଦ୍ୟମ ଏବଂ ଦେଶ ଗଠନରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରନ୍ତି। […]

You May Like

Pin It on Pinterest