କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ,ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର…

ବାସ୍ତବବ୍ୟୁରୋ(ଭୁବନେଶ୍ବର):କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ,ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରି କହିଛନ୍ତି ଯେ ,ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ।

ଏହି ଭାଟ୍ ହ୍ରାସ ଫଳରେ ରାଜ୍ୟ ସରକାର ପ୍ରାୟ ୨୦୦୦ କୋଟି ଟଙ୍କାର କ୍ଷତି ସହିବେ। ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବା ସାରା ଦେଶରେ ସର୍ବନିମ୍ନ ତେଲ ଦର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦୀପାବଳିର ଦିନକ ପୂର୍ବରୁ ଭାରତ ସରକାର ଲୋକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ। ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ।ଉତ୍ପାଦ ଶୁଳକ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ହ୍ରାସ କରାଯାଇଛି। ଏହା ଫଳରେ ଦେଶରେ ତେଲଦର ଶସ୍ତା ହେବ। ଏହି ଦର ଗତ ମଧ୍ୟରାତ୍ରୀରୁ ଲାଗୁ ହୋଇଛି।

ବୁଧବାର ଦିନ କେନ୍ଦ୍ର ସରକାର ପେଟ୍ରୋଲ୍‌ ଉପରୁ ୫ଟଙ୍କା ଏବଂ ଡିଜେଲ୍‌ ଉପରୁ ୧୦ ଟଙ୍କା (ଲିଟର ପିଛା) ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ‘ବିଜେପି’ ଶାସିତ ୯ଟି ରାଜ୍ୟ-: ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଉକ୍ତ ଇନ୍ଧନ ମୂଲ୍ୟ ଉପରେ ଅତିରିକ୍ତ ହ୍ରାସ ମୂଲ୍ୟ (ଭ୍ୟାଟ୍‌) ଘୋଷଣା କରି ସାରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋଭିଡ -୧୯ ର ସଫଳ ଚିକିତ୍ସା ପାଇଁ ବିଶ୍ୱ ର ପ୍ରଥମ ଆଣ୍ଟିଭାଇରାଲ ଟାବଲେଟ ବ୍ରିଟେନ ଦେଲା ମଞ୍ଜୁରୀ

Thu Nov 4 , 2021
ବାସ୍ତବବ୍ୟୁରୋ:କୋଭିଡ -୧୯ ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ୱ ର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯାହା ଏହି ବଟିକା ସହିତ ଚିକିତ୍ସାକୁ ଉପଯୁକ୍ତ ବୋଲି ସ୍ୱୀକୃତି ଦେଇଛି, ଯଦିଓ ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ କରୋନା ସଂକ୍ରମିତ ଲୋକଙ୍କୁ ଏହି ବଟିକା ବ୍ୟବହାର […]

You May Like

Pin It on Pinterest