ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହିସାବରେ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ସାମିଲ ହେବେ…

ପ୍ରମୋଦ ନାୟକ(ଭୁବନେଶ୍ବର): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଦୁଇଦିନିଆ ଗସ୍ତ ଅବସରରେ ରେଳମନ୍ତ୍ରୀ ହିସାବରେ ଶ୍ରୀ ବୈଷ୍ଣବ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ସାମିଲ ହେବା ସହ, ଡଜନେରୁ ଅଧିକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଏକାଧିକ ନୂଆ ପ୍ରକଳ୍ପର ଘୋଷଣା କରିବା ନେଇ ମଧ୍ୟ ଯୋଜନା ରହିଛି। ପାଖାପାଖି ୩ ଘଣ୍ଟା ଧରି ମହାପ୍ରଭୁଙ୍କ ଘୋଷଯାତ୍ରାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବହୁ ପ୍ରତୀକ୍ଷିତ ଖୋର୍ଧାରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଶ୍ରୀ ବୈଷ୍ଣବ ଜୁନ୍‌ ୩୦ ମଧ୍ୟାହ୍ନ ୧୨ଟା ୨୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ଭୁବନେଶ୍ବର ରେଳ ଷ୍ଟେସନକୁ ଯିବେ। ଅପରାହ୍ଣ ଗୋଟାଏରେ ଭୁବନେଶ୍ବର ରେଳ ଷ୍ଟେସନରୁ ଟ୍ରେନ୍‌ ଯୋଗେ ନୟାଗଡ଼ ଜିଲ୍ଲା ନୂଆଗାଁ ରୋଡ୍‌ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୩ଟାରେ ପହଞ୍ଚି ଖୋର୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରିବେ। ମହିପୁରଠାରୁ ନୂଆଗାଁ ପର୍ଯ୍ୟନ୍ତ ଟ୍ରେନ୍‌ ସେବାକୁ ଲୋକାର୍ପଣ କରିବା ସହ ନୂଆଗାଁ-ପୁରୀ ନୂତନ ଟ୍ରେନ୍‌ ସେବା ନେଇ ଘୋଷଣା କରିବେ।

ବୋଲଗଡ଼ ପିଏଚ୍‌ଠାରେ ସେବା ଏକ୍ସପ୍ରେସ୍‌ର ରହଣି ନେଇ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ପାଖାପାଖି ଏକ ଘଣ୍ଟାର କାର୍ଯ୍ୟକ୍ରମ ଶେଷ କରି ଖୋର୍ଧା ରୋଡ ଅଭିମୁଖେ ବାହାରିବେ। ବାଟରେ ବୋଲଗଡ଼ ପିଏଚ୍‌କୁ ଷ୍ଟେସନରେ ପରିଣତ ହେବା ନେଇ ମଧ୍ୟ ଘୋଷଣା କରିବେ। ସନ୍ଧ୍ୟାରେ ଖୋର୍ଧାରୋଡ୍‌ ଷ୍ଟେସନରେ ବହୁ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଖୋର୍ଧାରୋଡ ନୂଆ ଷ୍ଟେସନ ବିଲ୍‌ଡିଂ, ଭୁବନେଶ୍ବରସ୍ଥିତ ପଟିଆ ଓ ବାଣୀବିହାର ପିଏଚ୍‌ର ନୂଆ ବିଲ୍‌ଡିଂକୁ ଭିଡିଓ ଲିଙ୍କ୍‌ ମାଧ୍ୟମରେ ଲୋକାର୍ପଣ କରିବେ। ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌(୧୮୪୬୩)ର ଏଲ୍‌ଏଚ୍‌ବି ରେକ୍‌ ଓ ଭୁବନେଶ୍ବର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସ୍‌(୧୨୨୮୨)କୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ସେଠାରୁ ପୁରୀ ଅଭିମୁଖେ ଯାତ୍ରା କରିବେ।ପୁରୀ ଷ୍ଟେସନରେ ପହଞ୍ଚିବା ସହ ସେଠାରେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ସେବାର ଶୁଭାରମ୍ଭ କରିବେ। ଏଥିସହ ୧୫ ହଜାର ତୀର୍ଥଯାତ୍ରୀଙ୍କ ଲାଗି ସେଲ୍ଟର, ଏକ୍‌ଜିକ୍ୟୁଟିଭ୍‌ ଲାଉଞ୍ଜ, ମୋବାଇଲ୍‌ ‌ଟିକେଟିଂ ସୁବିଧା, ବୟସ୍କ ଓ ଦିବ୍ୟାଙ୍ଗଙ୍କ ଲାଗି ବ୍ୟଟେରି ଚାଳିତ ଗାଡ଼ି, ଫୁଡ୍‌ କୋର୍ଟ, ମାଗଣା ଖାଦ୍ୟ ବଣ୍ଟନ ସେବାର ଶୁଭାରମ୍ଭ କରିବେ।

ପୁରୀସ୍ଥିତ ରେଲୱେ ଗେଷ୍ଟ ହାଉସ୍‌ରେ ରାତ୍ରିଯାପନ କରିବା ସହ ପରଦିନ ସକାଳୁ ଅର୍ଥାତ୍‌ ଶ୍ରୀଗୁଣ୍ଡିଚାରେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ। ସକାଳ ୮ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ରଥଯାତ୍ରାରେ ଉପସ୍ଥିତ ରହିବେ। ଏହାପରେ ଭୁବନେଶ୍ବର ଫେରିବା ସହ ଗସ୍ଥ କାର୍ଯ୍ୟ ଶେଷ କରି ମଧ୍ୟାହ୍ନରେ ନୂଆଦିଲ୍ଲୀ ଫେରିଯିବେକେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦ୍ବାରକା ହୋଟେଲରେ ବିଜେଡିର ରୁଦ୍ଧଦ୍ବାର ବୈଠକ ମେୟରଙ୍କୁ ନେଇ ଦାନା ବାନ୍ଧୁଛି କି ଅସନ୍ତୋଷ ?

Wed Jun 29 , 2022
ସଞ୍ଜୟ ଶତପଥୀ(କଟକ): କଟକର ଦ୍ବାରକା ହୋଟେଲରେ,କଟକ ବିଜେଡିର ଗତକାଲି ରୁଦ୍ଧଦ୍ବାର ବୈଠକକୁ ନେଇ ମୁଣ୍ଡ ଟେକିଛି ନାନା କଳ୍ପନା ଜଳ୍ପନା ।ମହାନଗର ନିଗମକୁ ବିଜେଡି ନିରଙ୍କୁଶ ଭାବେ ଦଖଲ କରିଛି ବିଜେଡି । ମେୟର ଓ ଦଳର କର୍ପୋରେଟର୍‌ଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହୋଇନାହିଁ ତ ? ଯେଉଁ କାମ ଯେଉଁ ଭଳି ଢଙ୍ଗରେ ହେବା କଥା, ତାହା ଠିକ ଚାଲିଛିଟ ? ମେୟରଙ୍କୁ ନେଇ ଦାନା ବାନ୍ଧୁଛି […]

You May Like

Pin It on Pinterest