ବରି‌ଷ୍ଠ ଚାଷୀ ନେତା ଲିଙ୍ଗରାଜଙ୍କୁ ହୃଦ୍‌ଘାତ,ସେ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି…

ବରଗଡ଼(ନବୀନ ଦାଶ) : ବରି‌ଷ୍ଠ ଚାଷୀ ନେତା ଲିଙ୍ଗରାଜଙ୍କୁ ହୃଦ୍‌ଘାତ,ସେ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପରିବାରଲୋକ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ,ଲିଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଏବଂ ସେ କଥାବାର୍ତ୍ତା ମଧ୍ୟ କରୁଛନ୍ତି । ତେବେ ୨୪ ଘଣ୍ଟା ପାଇଁ ଡାକ୍ତରୀ ଅବଲୋକନରେ ରହିବା ପରେ ଡିସ୍‌ଚାର୍ଜ ହେବେ ।

ଲିଙ୍ଗରାଜ ବୁଧବାର ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ଡାକ୍ତର ବୁର୍ଲା ବଡ଼ ନେବାକୁ ପରାମର୍ଶ ଦେଇଥିଲେ। ଗୁରୁବାର ସକାଳ ୯ଟାରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। ବିଭିନ୍ନ ଚାଷୀ ସଂଗଠନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଲିଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଫଗାନିସ୍ତାନରେ ତାଲିବାନ ନେତା ରହୀମୁଲ୍ଲା ହକାନୀଙ୍କୁ ମାନବ ବୋମା ଦ୍ୱାରା ହତ୍ୟା ….

Fri Aug 12 , 2022
ଏସ୍.ବାସ୍ତବ: ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ତାଲିବାନ ନେତା ରହୀମୁଲ୍ଲା ହକ୍କାନୀଙ୍କ ମୃତ୍ୟୁ ଘଟିଛି। ଗୋଡ ନଥିବା ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ ଗୋଡ଼ରେ ଲୁଚାଇ ରଖିଥିବା ବିସ୍ଫୋରକ ସହିତ ଆସି ଏହାକୁ ବିସ୍ଫୋରଣ କରିଥିଲେ। ଏହି ମାନବ ବୋମା ଆକ୍ରମଣରେ ହକାନୀଙ୍କ ମୃତ୍ୟୁ ଘଟିଛି। ତାଲିବାନ ଏହି ଘଟଣାର ତଦନ୍ତ କରୁଛି। ବିସ୍ଫୋରଣ କାହିଁକି ଘଟିଲା,କାହାର ହାତ ଏହା ପଛରେ ଅଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁପ୍ତଚର ଅଧିକାରୀଙ୍କ […]

You May Like

Pin It on Pinterest