ବିଜୁ ଜନତା ଦଳରେ ସାମିଲ ହେଲେ କଙ୍କଡାହାଡ ବ୍ଲକ ବାଲିକୁମା ପଞ୍ଚାୟତର ଶତାଧିକ ବିଜେପି କର୍ମୀ….

ବାସ୍ତବବ୍ୟୁରୋ: ପରଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ବାଲିକୁମା ପଞ୍ଚାୟତର ହାତୀବାରି ଠାରେ ବିଜେପି ଦଳର ଶତାଧିକ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି,ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହେଇ ବିଧିବଦ୍ଧ ଭାବେ ବିଜୁ ଜନତାଦଳରେ ସାମିଲ ହେଲେ ।

ଏହି ଅବସରରେ ମାନ୍ୟବର ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ସାହୁ ନୂତନ ଭାବେ ଦଳରେ ସାମିଲ ହେଇଥିବା କର୍ମକର୍ତ୍ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧେଇବା ସହ ପୁଷ୍ପଗୁଚ୍ଛ ଦେଇ ବିଜୁ ପରିବାରରେ ସ୍ବାଗତ କଲେ । ସେମାନଙ୍କ ଯୋଗଦାନରେ ଦଳ ଆହୁରି ମଜବୁତ କରିବା ସହ ନବୀନ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ଡାକ୍ତର ସାହୁ କହିଛନ୍ତି ।ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲାପରିଷଦ ସଦସ୍ୟ ରବିନାରାୟଣ ପଧାନ,ସମାଜସେବୀ ରମେଶ ମିଶ୍ର, ସରପଞ୍ଚ ମୋହନ ବାଗେ,କରୁଣାକର ହେମ୍ବ୍ରମ୍,ଉମାକାନ୍ତ ବିଶ୍ଵାଳ ସମେତ ସମସ୍ତ ବିଜୁ ଜନତାଦଳ କର୍ମକର୍ତ୍ତା ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଥିଲେ ।

ସେୟାର କରନ୍ତୁ

Next Post

ବରିଷ୍ଠ ନାଗରିକଙ୍କ ପ୍ରତି ସରକାର ଙ୍କ ଉଦାସୀନତା ର ଜବାବ ଦେବ ମହାସଂଘ....

Sun Apr 7 , 2024
ବରଗଡ଼:-୭/୪(ନବୀନ କୁମାର ଦାଶ):ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ସଭା ବଲାଙ୍ଗୀର ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲା ସଭାପତି ନାରାୟଣ ପାଢୀଙ୍କ ଅନୁରୋଧ କ୍ରମେ ପ୍ରଥମରେ ତିନିଥର ଓଁକାର ଧ୍ୱନି ଦେଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ମାଁ ପାଟଣେଶ୍ୱରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କରି ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ମଂଚାସିନ ଥିଲେ ମହାସଂଘର […]

You May Like

Pin It on Pinterest