କେଉଁ ଜୋନରେ କଣ କୋହଳ ଓ କଣ କଟକଣା କଲେ ରାଜ୍ୟ ସରକାର

ବାସ୍ତବ ବ୍ୟୁରୋ-ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ନେଇ ରାଜ୍ୟ ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରି, କେଉଁ ଜୋନରେ କଣ କୋହଳ ଓ କଣ କଟକଣା କଲେ ରାଜ୍ୟ ସରକାର ଆସନ୍ତୁ ଜାଣିବା ।

ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିମାନ, ଟ୍ରେନ ଓ ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ, ସିନେମା ହଲ, ସପିଂ ମଲ୍, ଜିମ୍, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବନ୍ଦ ରହିବ । ହୋଟେଲରେ ରହିବା କଟକଣା ଜାରି ରହିବ । ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲିପାରିବ । ଏସବୁ କ୍ଷେତ୍ରରେ ସାମାଜିକ ଦୂରତା ରହିବା ଦରକାର ।

ରେଡ୍ ଜୋନ୍ : ଘରୋଇ କାର୍ଯ୍ୟାଳୟ ୩୩% କର୍ମଚାରୀଙ୍କୁ ନେଇ ଖୋଲିବ। ସରକାରୀ ଅଫିସ୍ ଖୋଲିବ , ଯେଉଁଥିରେ ୩୩% କର୍ମଚାରୀ ଆସିବେ । ଇ-କମର୍ସକୁ  ଅନୁମତି ମିଳିଛି, ଯେଉଁଥିରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାମିଲ ଅଛି । ସବୁ ଶିଳ୍ପ ସମ୍ପର୍କିତ କାମ ଚାଲିବ । ଗ୍ରାମାଞ୍ଚଳର ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି  ।

ଅରେଞ୍ଜ ଜୋନ୍ : ଅରେଞ୍ଜ ଜୋନରେ ଚାଲି ପାରିବ ଟାକ୍ସି । ଜଣେ ଡ୍ରାଇଭର ଓ ୨ ଜଣ ଯାତ୍ରୀଙ୍କୁ ନେଇ ଟାକ୍ସି ଚାଲିବ ।ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ଲାଗିଛି । ୪ ଚକିଆ ଯାନ ଚାଲିପାରିବ (ଡ୍ରାଇଭର୍ ଓ ୨ ଜଣ ଯାତ୍ରୀ )। ଅନ୍ୟ ସବୁ କାର୍ଯ୍ୟକଳାପ ଉପରୁ କଟକଣା ହଟିଛି । ତେବେ ଏହି ଜୋନରେ ଅନୁମତିପ୍ରାପ୍ତ କ୍ଷେତ୍ରରେ ଜିଲ୍ଲା-ଜିଲ୍ଲା ମଧ୍ୟରେ ବ୍ୟକ୍ତି ବିଶେଷ ଓ ଗାଡି ଯାଇପାରିବ । ତାସହ ଏହି ଜୋନରୁ ଅନ୍ୟ ସବୁ କାର୍ଯ୍ୟକଳାପ ଉପରୁ କଟକଣା ହଟିଲା ।

ଗ୍ରୀନ୍ ଜୋନ୍ : ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା। ହୋଟେଲ୍,ସ୍କୁଲ୍,କଲେଜ୍, ସିନେମା ହଲ୍ ଉପରେ କଟକଣା। ଅନ୍ୟ ସବୁ କଟକଣାକୁ କୋହଳ କରାଯାଇଛି  । ୫୦% ଯାତ୍ରୀଙ୍କୁ ନେଇ ବସ୍‌ ଚାଲିବା ନେଇ କେନ୍ଦ୍ର ଅନୁମତି ଦେଇଛି । ସବୁଠାରୁ ବଡ କଥା ହେଉଛି ସବୁ ଜୋନରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଅନ୍ୟ ରୋଗରେ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon May 4 , 2020
୧-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ୧ ଜଣ ରୋଗୀ ସୁନ୍ଦରଗଡ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୩ ରେ ପହଁଚିଲା। ୨-ମେ’ ୧୭ ଯାଏଁ ସବୁ ପରୀକ୍ଷା ସ୍ଥଗିତ। ଆଜିଠୁ ହ୍ବାଟସପରେ ପାଠପଢ଼ା ଆରମ୍ଭ, ଉପକୃତ ହେବେ ୨୦ ରୁ ୨୫ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ। ୩-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ […]

You May Like

Pin It on Pinterest